କନକ ବ୍ୟୁରୋ : ସାରା ଦେଶରେ ମୌସୁମୀ ପ୍ରଭାବରେ ବିଭିନ୍ନ ରାଜ୍ୟରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବିହାର, ୟୁପି, ଗୁଜୁରାଟର କିଛି ସ୍ଥାନରେ ବନ୍ୟା ଭଳି ସ୍ଥିତି ଦେଖିବାକୁ ମିଳିଛି । ୟୁପିର ବିଜନର, ବାରଣାସୀ ଏବଂ ଗୁଜୁରାଟ ପାଟନରେ ଥିବା ତଳିଆ ଅଂଚଳରେ ପାଣି ଘେରରେ ରହିଛନ୍ତି ଲୋକେ । ଲୋକଙ୍କ ଘର ଦ୍ୱାର ପାଣିରେ ବୁଡ଼ି ରହିଥିବା ବେଳେ ଘରୁ ବହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।
ଏପରିକି ଲୋକଙ୍କୁ ଅତ୍ୟାବଶ୍ୟକୀୟ ଖାଇବା ଜିନିଷ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ବିହାର ମୁଜାଫରପୁରର ସାହେବଗଂଜ ଏବଂ ପାରୁରେ ବନ୍ୟା କାରଣରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଖାପାଖି ୧୫ଟି ପଂଚୟତର ଲୋକେ ପାଣି ଘେରରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଡ଼ଙ୍ଗାର ବ୍ୟବସ୍ଥା କରାଯାଇନଥିବା ଲୋକ ଅଭିଯୋଗ କରିଛନ୍ତି । ଯାହା ଦ୍ୱାରା ଲୋକଙ୍କର ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/5-22.jpg)