କନକ ବ୍ୟୁରୋ: ଅପୂର୍ବ ଶ୍ରୀଜଗନ୍ନାଥଙ୍କ ଲିଳା । ଆଜି ସକାଳେ ମନ୍ଦିର ଭିତରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗ ହେଉଥିବା ବେଳେ ଶ୍ରୀମନ୍ଦିର ଉପରେ ଆକାଶରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ । ସତେ ଯେମିତି ମନ୍ଦିର ଉପରେ ଜଗନ୍ନାଥ ନିଜ ଯୁଦ୍ଧ ଧନୁକୁ ଆଚ୍ଛାଦନ କରିଛନ୍ତି । ସୂର୍ଯ୍ୟ ଉଇଁଲା ବେଳକୁ ଶ୍ରୀମନ୍ଦିର ଉପରେ ଇନ୍ଦ୍ରଧନୁ ଦେଖିବାକୁ ମିଳିଛି । ଏହା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଅଭିଭୂତ କରିଦେଇଛି । ପୁରା ମନ୍ଦିରକୁ ଏହି ଇନ୍ଦ୍ରଧନୁ ଆଚ୍ଛାଦିତ କରି ରଖିଥିବା ଦୃଶ୍ୟ ଥିଲା ଅପୂର୍ବ ଓ ମନୋରମ ।
#ଆଶ୍ଚର୍ଯ୍ୟ... #ଅପୂର୍ବ_ଦୃଶ୍ୟ#ବିରଳ_ବଳୟ_ଭିତରେ_ବଡଦେଉଳ
ଦେଉଳ ଭିତରେ ଚାଲିଛି ଦାରୁ ଦିଅଁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ଦେଉଳ ବାହାରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର ଆକାଶ । ଦେଖନ୍ତୁ ହଠାତ କେମିତି ବଳୟ ଘେରି ଶ୍ରୀମନ୍ଦିରର ଶୋଭାବର୍ଦ୍ଧନ କରୁଛି ଇନ୍ଦ୍ରଧନୁର ବଳୟ...#NagarjunaBesha #JayJagannath #Puri pic.twitter.com/5zjpEh7tiX— Kanak News (@kanak_news) November 27, 2020
ସେପଟେ ପୁରୀ ବେଳାଭୂମିରେ ଶୋଭାପାଉଛି ବାଲିରେ ତିଆରି ଚତୁର୍ଧା ମୂର୍ତିଙ୍କ ନାଗାର୍ଜୁନ ବେଶ । ବିଶିଷ୍ଠ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହାକୁ ନିର୍ମାଣ କରିଛନ୍ତି । ଏହାକୁ ଦେଖିବାକୁ ଦର୍ଶକଙ୍କ ଭିଡ ଜମୁଛି । ମନେ ହେଉଛି, ମନ୍ଦିର ଭିତରେ ଏହି ବେଶର ଦର୍ଶନ ମିଳୁନଥିବା ବେଳେ ଶିଳ୍ପୀର ସୁକ୍ଷ୍ମ କାମ ଏହାକୁ ଏତେ ଜୀବନ୍ତ କରିଛି ଯେ ଦର୍ଶକ ଆତ୍ମହରା ହୋଇ ପଡୁଛନ୍ତି ।