କନକ ବ୍ୟୁରୋ: ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ । କେବଳ ପଶ୍ଚିମ ଜିଲ୍ଲା ଗୁଡ଼ିକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିଛି । କାଳବୈଶାଖୀ ବର୍ଷା କାରଣରୁ ପାରଦ ତଳମୁହାଁ ହୋଇଛି ଏବଂ ଗରମରୁ ମୁକ୍ତି ମିଳିଛି । ୯ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମ ହେବାର ସମ୍ଭାବନା ରହିଛି । ତେବେ ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଡ଼ତୋଫାନର ଆଶଙ୍କା ମଧ୍ୟ ରହିଛି । ଏନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବା ଆଶଙ୍କା କରାଯାଉଛି ।
ଆଜିଠୁ ବଢ଼ିବ ବର୍ଷା, କମିବ ତାତି । ବଜ୍ରପାତ ଓ ଝଡ଼ ତୋଫାନ ନେଇ ୬ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ।
/kanak/media/post_attachments/wp-content/uploads/2024/05/7-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)