ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା: ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

Advertisment
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ । ଆସନ୍ତାକାଲି ସକାଳ ସୁଦ୍ଧା ନେଇପାରେ ଅବପାତର ରୂପ ।

କନକ ବ୍ୟୁରୋ: ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା । ୪ ଦିନ ଯାଏଁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସ୍ଥିତି । ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା । ମାଲକାନଗିରି, କୋରାପୁଟ, ନୂଆପଡା, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନବରଙ୍ଗପୁର ହେବ ବର୍ଷା । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଛି ସୂଚନା ।

ଆଜି ଭୁବନେଶ୍ୱରରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପାଣି ରାସ୍ତା ଉପରେ ଲହଡି ମାରିଥିଲା । ଫଳରେ ଯାତାୟାତରେ ଅସୁବିଧା ହୋଇଥିଲା । ଇସ୍କନ ସାମ୍ନାରେ ପ୍ରଭଲ ପାଣି ଜମିବାରୁ ମୋ ବସ ଫସି ରହିଥିଲା । ତେବେ ଆଗାମୀ କିଛି ଘଣ୍ଟାରେ ୬ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe