ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ଉପକୂଳ ଓଡ଼ିଶାରେ ଅଧିକ ପ୍ରଭାବ ରହିବା ସମ୍ଭାବନା।

109

କନକ ବ୍ୟୁରୋ: ଆଗାମୀ ୨୪ରୁ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ । ଦକ୍ଷିଣ ଉପକୂଳ ଓ ତାର ପାଶ୍ୱର୍ ଜିଲ୍ଲାରେ ଲାଗି ରହିବ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା,ପୁରୀ,ଗଂଜାମ,ଗଜପତି,ମାଲକାନଗିରି,କୋରାପୁଟ,କେନ୍ଦ୍ରାପଡ଼ା,ଜଗତସିଂହପୁର ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ । ୪୮ ଘଣ୍ଟା ପରେ ପାଗରେ ପରିବର୍ତନ ହେବ ।