କନକ ବ୍ୟୁରୋ: ଦୁର୍ବଳ ହୋଇଛି ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ହେଲେ ଏବେ ବି ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଯଦିଓ ଲଘୁଚାପ ଦୁର୍ବଳ ହୋଇଛି, ତଥାପି ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
- ଦୁର୍ବଳ ହେଲା ଲଘୁଚାପ
- କମିବ ବର୍ଷାର ବିସ୍ତୃତି!
ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇପଡ଼ିଛି । ଏହା ଏବେ ଆନ୍ଧ୍ର ଉପକୂଳ ବାୟୁମଣ୍ଡଳର ୩.୧ କିଲୋମିଟର ଯାଏ ସକ୍ରିୟ ରହିଛି । ତେବେ ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୫.୮ ତୁଳନାରେ ୩୨୯ ପ୍ରତିଶତ ଅଧିକ ରହିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୧.୬ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ୭.୫ ମିଲିମିଟର ତୁଳନାରେ ୮୫୫ ପ୍ରତିଶତ ଅଧିକ ରହିଛି ।
- ଆହୁରି ୫ ଦିନ ଲାଗି ରହିବ ବର୍ଷା
- ଗୁରୁବାର ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଯଦିଓ ଲଘୁଚାପ ଦୁର୍ବଳ ହୋଇଛି, ତଥାପି ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ । ଅକ୍ଟୋବର ୬ପାଇଁ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ରାୟଗଡ଼ର, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ । ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଶୁକ୍ରବାର ପାଇଁ ୩ଟି ଜିଲ୍ଲା ଗଜପତି, ଗଞ୍ଜାମ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ଅକ୍ଟୋବର ୮, ୯ ଓ ୧୦ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଦୁର୍ଗାପୂଜା ପୂର୍ବରୁ ଯେଉଁ ଅନୁମାନ କରାଯାଉଥିଲା ସତ ହୋଇଛି, ପୂଜାର ପ୍ରାୟ ସବୁଦିନ ବର୍ଷା ଲାଗି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/314.jpg)