ବର୍ଷା ହେଲା କାଳ : ଜଳେଶ୍ୱର ଜିକେ ଭଟ୍ଟର ମେଡିକାଲରେ ପଶିଲା ପାଣି; ତଳ ମହଲାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର

79

କନକ ବ୍ୟୁରୋ : ବର୍ଷା ହେଲା କାଳ । ମେଡିକାଲ ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ହନ୍ତସନ୍ତ ହେଉଛନ୍ତି ରୋଗୀ । ବର୍ଷା ପାଇଁ ବାଲେଶ୍ୱର ଜଳେଶ୍ୱର ଜିକେ ଭଟ୍ଟର ଡାକ୍ତରଖାନା ଭିତଲେ ପଶିଛି ବର୍ଷା ପାଣି । ଡାକ୍ତରଖାନାର ସମସ୍ତ ବିଭାଗରେ ଲହଡ଼ି ଭାଙ୍ଗୁଛି ପାଣି ।

ତଳ ମହଲାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଉପର ମହଲାକୁ ସ୍ଥାନାନ୍ତରିତ କରାଯାଇଛି । ଡାକ୍ତରଖାନା ସମ୍ମୁଖରେ ଥିବା ଡ୍ରେନ ପରିଷ୍କାର ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରିନଥିଲା । ସେହି ପାଣି ଡାକ୍ତରଖାନା ଭିତରକୁ ପଶିଛି । ପାଣି ପାଇଁ ରୋଗୀଙ୍କ ହଇରାଣ ହେବାକୁ ପଡ଼ିଛି । ପାଣି ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କାମ ଜାରି ରହିଛି ।