ସରକାରୀ ଅଫିସରେ ପଶିଗଲା ବର୍ଷା ପାଣି। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଦା ହୋଇଗଲା କାଗଜପତ୍ର

117

କନକ ବ୍ୟୁରୋ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିଲା ପାଣି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଫଳରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣି ପଶିଯାଇଛି । ଅଫିସ ରେକର୍ଡ ରୁମ୍ ସହିତ ଅନ୍ୟ ରୁମରେ ମଧ୍ୟ ପାଣି ପଶି ଯାଇଛି । ଜରୁରୀକାଳୀନ ଫାଇଲ ମଧ୍ୟ ଭିଜିଯାଇଛି । ଗତକାଲିଠାରୁ ଏହି ପାଣି ଅଫିସ ପରିସରରେ ପଶି ରହିଥିଲା । ଆଜିି ପାଣିକୁ କର୍ମଚାରୀମାନେ ମିଶି ନିଷ୍କାସନ କରିଛନ୍ତି । ଅଫିସର ସାଇଡରେ ଏକ ନୂତନ ଘର ନିର୍ମାଣ କରାଯାଇଥିବା ଯୋଗୁ ବର୍ଷା ପାଣି ନିଷ୍କାସନ ହୋଇନପାରିବା ଫଳରେ ଅଫିସ ଭିତରେ ପାଣି ପଶିଯାଇଥିବା ଜଣାପଡିଛି । ପୂର୍ତ ବିଭାଗର ଅଧିକାରୀଙ୍କୁ ଡାକି ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି ।