୩ ଦିନ ବର୍ଷାରୁ ନିସ୍ତାର ନାହିଁ । ଉତ୍ତର ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷିବ

ୱେଲମାର୍କ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ: ୪୮ ଘଂଟା ମଧ୍ୟରେ ନେବ ଅବପାତର ରୂପ; ପାଣିପାଗ ବିଭାଗର ସୂଚନା ୮ ତାରିଖ ପରେ ହୋଇପାରେ ବର୍ଷା

କନକ ବ୍ୟୁରୋ : ରାଜ୍ୟରେ ଆହୁରି ୩ ଦିନ ବର୍ଷା ହେବ । ଛତିଶଗଡ-ଓଡିଶା- ଝାଡଖଣ୍ଡ ସୀମାନ୍ତ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉତର ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

publive-imageଅପରପକ୍ଷେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୧ରୁ ୧୪ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି । ବର୍ଷା ଲାଗି ରହିଥିବା କାରଣରୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ମଧ୍ୟ କ୍ରମାଗତ ଭାବରେ ବଢିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe