ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ! ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଳାରେ ବର୍ଷା ସମ୍ଭାବନା । ସମ୍ଭାବ୍ୟ ବର୍ଷାକୁ ନେଇ ଅଧିକାଂଶ ଜିଲ୍ଳାରେ ୟେଲୋ ୱାର୍ଣ୍ଣିଂ ଜାରି

863

କନକ ବ୍ୟୁରୋ: ଅଗଷ୍ଟ ୪ରେ ଉତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଳାରେ ବର୍ଷା ସମ୍ଭାବନା । ସମ୍ଭାବ୍ୟ ବର୍ଷାକୁ ନେଇ ଅଧିକାଂଶ ଜିଲ୍ଳାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧ ତାରିଖରେ ସୁନ୍ଦରଗଡ, କେନ୍ଦୁଝରଳ ମୟୁରଭଂଜ,ଢେଙ୍କାନାଳ, ଅନୁଗୁଳ, କଟକ,ଖୋର୍ଦ୍ଧା,ନୟାଗଡ, କନ୍ଧମାଳ, ଗଂଜାମ,ଗଜପତି,ରାୟଗଡା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୨ ଅଗଷ୍ଟରୁ ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ଗଜପତି, ରାୟଗଡା,ବରଗଡ ଏବଂ ବୌଦ୍ଧ ଜିଲ୍ଲାରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୩ ଅଗଷ୍ଟରୁ  ମାଲାକାନଗିରି,କୋରାପୁଟ, ଗଂଜାମ, ବଲାଙ୍ଗୀର, ଦେବଗଡ,ଅନୁଗୁଳ, କେନ୍ଦୁଝର ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।