ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି: ଆସନ୍ତାକାଲି ରାଜ୍ୟର ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୬ ଜିଲ୍ଲାରେ ବର୍ଷା ସହ ୪୦ କିମି ବେଗରେ ପବନ ଆଶଙ୍କା

1,559

କନକ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଉତର ଉପକୂଳ, ଆନ୍ଧ୍ରପ୍ରଦେଶ ଓ ଆଭ୍ୟନ୍ତରୀଣ ଓଡିଶାଉପରେ ରହିଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ଶୂନ ଦଶମିକ ୯ କିଲୋମିଟର ଉଚ୍ଚରେ ରହିଛି ଘୂଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଜଗତସିଂହପୁର, ପୁରୀ, ଗଂଜାମ ଏବଂ ସମ୍ବଲପୁର ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସେହିପରି ୯ ତାରିଖରେ ରାଜ୍ୟର ୬ଟି  ଜିଲ୍ଲାରେ ବର୍ଷା ସହ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।  ରାୟଗଡା, ଗଜପତି, ପୁରୀ, ଗଂଜାମ, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାରେ ବର୍ଷା ହେବା ସହ ପବନ ବହିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ୧୦ତାରିଖରୁ ବର୍ଷାର ପରିମାଣ କମିବା ସହ  ରାଜ୍ୟର ୯ଟି ଜିଲ୍ଲାରେ ଘନ କୁହୁଡି ପଡିବ ।

ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ , କଟକ, ଖୋର୍ଧା ଏବଂ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୧୧ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡା, ଅନୁଗୁଳ, ବଲାଙ୍ଗୀର, କୋରାପୁଟ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କଲା କରାଯାଇଛି ।