ଆଜିଠୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା: ଘନୀଭୂତ ହେଲା ଲଘୁଚାପ; ଆସନ୍ତା ୨୪ ଘଂଟା ମଧ୍ୟରେ ନେବ ତୀବ୍ର ଅବପାତର ରୂପ: ପ୍ରଭାବରେ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ବହିପାରେ ପବନ

379

କନକ ବ୍ୟୁରୋ: ଆହୁରି ଘନୀଭୂତ ହେଲା ଲଘୁଚାପ । ଆସନ୍ତା ୨୪ ଘଂଟା ମଧ୍ୟରେ ନେବ ତୀବ୍ର ଅବପାତର ରୂପ । ଆଜିଠୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅକ୍ଟୋବର ୧୪ରେ ହୋଇପାରେ ଆଉ ଏକ ଲଘୁଚାପ । ଆସନ୍ତା ୧୨ ଏବଂ ୧୩ରେ ଦକ୍ଷିଣ ଉପକୂଳ, ଉତର ଉପକୂଳ ଓ ଉତର ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି, କୋରାପୁଟ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆସନ୍ତା ୧୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ ।