ରାଜ୍ୟରେ ପ୍ରବଳ ବର୍ଷା । ଆଜି ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । ୧୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

1,574

କନକ ବ୍ୟୁରୋ: ବନ୍ୟା ଭିତରେ ପୁଣି ଭୟ ବଢାଇଛି ବର୍ଷା । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ୬ଟି ଜିଲ୍ଳା କେନ୍ଦୁଝର, ମୟୁରଭଂଜ, ଦେବଗଡ, ସୁନ୍ଦରଗଡ, ଅନୁଗୁଳ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ଗଜପତି, ସମ୍ବଲପୁର ଓ ବରଗଡରେ ପ୍ରବଳ ବଷା ହେବାର ଆଶଙ୍କା ରହିଛି ।

ଅନ୍ୟ ୧୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରାଯାଇଛି । ସେହିପରି ଆସନ୍ତାକାଲି ସାଢେ ସକାଳ ଯାଏ ୪ ଜିଲ୍ଲା ସୋନପୁର, ସମ୍ବଲପୁର, ବଲାଙ୍ଗୀର, ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଳାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।