କନକ ବ୍ୟୁରୋ: ସକାଳର ପାଗ ଅପରାହ୍ଣରେ ବଦଳି ଗଲା । ସକାଳୁ ପ୍ରବଳ ଗରମରେ ଲୋକେ ସନ୍ତୁଳି ହେଉଥିଲେ, ହେଲେ ଅପରାହ୍ଣରେ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଆଜି ୭ଟି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ କରିଛି । ପୁରୀ, ଜଗତସିହଂପପର, ଯାଜପୁର, କଟକ, ନୟାଗଡ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ସମୟରେ ପ୍ରବଳ ପବନ ବହିଛି ।

Advertisment

ବର୍ଷା-ପବନ ଯୋଗୁଁ କଟକ ଜିଲ୍ଲା ବାରଙ୍ଗ ଜୟପୁର ଗାଁରେ ଯାତ୍ରା ପେଣ୍ଡାଲ ଉଡିଯାଇଛି । ଯାତ୍ରା ପେଣ୍ଡାଲର ଟେଂଟ ଭାଙ୍ଗି ଯାଇଛି । ଚେୟାର ଗୁଡିକ ଉଡି ପଡିଆ ସାରା ବିଛାଡି ହୋଇପଡିଛି ।