୪୮ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା । ଆଭ୍ୟନ୍ତର ଓ ପଶ୍ଚିମ ଓଡିଶାକ୍ଷର ମଧ୍ୟମରୁ ପ୍ରବଳ ବର୍ଷା ।

74

କନକ ବ୍ୟୁରୋ: ୪୮ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା । ଉପକୂଳ ଓଡିଶାର କେତେକାଂଶରେ ଆକାଶ ମେଘାଛନ୍ନ ରହିବ । ଅଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଆଭ୍ୟନ୍ତର ଓ ପଶ୍ଚିମଓଡିଶାର କିଛି ଅଂଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଦେବଗଡ, ବରଗଡ, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଅନେକ ଅଂଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହି ସମୟରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତା ୪୮ ଘଣ୍ଟା ଯାଏଁ ଏଭଳି ସ୍ଥିତି ଲାଗି ରହିବ । ଏହାପରେ ଧିରେ ଧିରେ ପାଗରେ ସୁଧାର ଆସିପାରେ ।