ଶିମିଳିପାଳରେ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ।

Advertisment
ଶିମିଳିପାଳରେ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ।

କନକ ବ୍ୟୁରୋ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହା ଫଳରେ ଶିମିଳିପାଳ ନିଆଁ ପ୍ରସମିତ ହେବା ନେଇ ଆଶା ଦେଖାଦେଇଛି । ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଶିମିଳିପାଳ ଜଙ୍ଗଲ  ନିଆଁରେ ଜଳୁଥିଲା । ନିୟାକୁ ଆୟତ୍ତାଧୀନ କରିବାକୁ ସରକାରଙ୍କୁ ନାକେଦମ ହେବାକୁ ପଡୁଥିଲା । ତଥାପି କିଛି ଅଂଚଳରେ ନିଆଁ ଲିଭୁନଥିଲା । ଯାହାକୁ ନେଇ ଚାରିଆଡେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ହେଲେ ଆଜି ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe