କନକ ବ୍ୟୁରୋ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହା ଫଳରେ ଶିମିଳିପାଳ ନିଆଁ ପ୍ରସମିତ ହେବା ନେଇ ଆଶା ଦେଖାଦେଇଛି । ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଶିମିଳିପାଳ ଜଙ୍ଗଲ ନିଆଁରେ ଜଳୁଥିଲା । ନିୟାକୁ ଆୟତ୍ତାଧୀନ କରିବାକୁ ସରକାରଙ୍କୁ ନାକେଦମ ହେବାକୁ ପଡୁଥିଲା । ତଥାପି କିଛି ଅଂଚଳରେ ନିଆଁ ଲିଭୁନଥିଲା । ଯାହାକୁ ନେଇ ଚାରିଆଡେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ହେଲେ ଆଜି ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି ।
#ଅଗ୍ନିର_ଆଁରେ_ପଡିଲା_ବର୍ଷା
ଶିମିଳିପାଳର କରୁଣ କାନ୍ଦ ପରେ ଆକାଶରୁ ଝରିଲା ବର୍ଷା । ପିଠାବଟା ରେଞ୍ଜର ବିଭିନ୍ନ ଅଞ୍ଚଳରେ କୁଆପଥର ବର୍ଷା । ହୁ ହୁ ହୋଇ ଜଳୁଥିବା ନିଆଁ ଲିଭିଯିବା ନେଇ ଆଶା ସଞ୍ଚାର...#SaveSimilipal#Rain#Somilipalpic.twitter.com/oQimhM0wqT— Kanak News (@kanak_news) March 10, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/3-13.jpg)