ରାଜନଗରରେ ଥମୁନି ବର୍ଷା : ପ୍ରାୟ ୨ଶହ ପରିବାର ଏବେ ଜଳବନ୍ଦୀ

ରାଜନଗରରେ ଥମୁନି ବର୍ଷା : ପ୍ରାୟ ୨ଶହ ପରିବାର ଏବେ ଜଳବନ୍ଦୀ

କନକ ବ୍ୟୁରୋ : ବାତ୍ୟା ବିପଦ ଟଳିଥିଲେ ମଧ୍ୟ ଏବେ ରାଜନଗର ଅଂଚଳରେ ଥମୁନି ବର୍ଷା । ରାଜନଗର ତାଳଚୁଆ ଅଂଚଳରେ ବର୍ଷା ଲାଗି ରହିବା ଦ୍ୱାରା ବନ୍ୟା ପୀଡ଼ିତ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ତଳିଆ ଅଂଚଳରେ ଜଳବନ୍ଦୀ ହେବାର ସମ୍ଭାବନା ରହିଛି । ଗତକାଲି ଠାରୁ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ଧିରେ ଧିରେ ପବନ ବେଗ କମିବା ସହ ବର୍ଷା ମଧ୍ୟ କମିଯାଇଥିଲ ।

ଯାହାକୁ ନେଇ ଲୋକେ ଆଶ୍ୱସ୍ତି ଅନୁଭବ କରିଥିଲେ । କିନ୍ତୁ ଆଜି ହଠାତ୍ ପାଗରେ ପରିବର୍ତନ ଘଟି ପୁଣି ଥରେ ବର୍ଷା ଜାରି ରହିଛି । ଯାହାଦ୍ୱାରା ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ସେପଟେ ରାଜନଗର ବ୍ଲକ ରଗଣୀ ପଂଚାୟତର ପାଟ ପରିଆ ଗାଁର ପ୍ରାୟ ୨ଶହ ପରିବାର ଏବେ ଜଳବନ୍ଦୀରେ ଅଛନ୍ତି । ପୁଣି ବର୍ଷା ଆରମ୍ଭ ହୋଇଯିବା ପରେ ଏମାନଙ୍କ ଚିନ୍ତା ବଢ଼ି ଯାଇଛି । ଘରୁ ବାହାରି ପାରୁନଥିବା ବେଳେ ପ୍ରଶାସନ କେବେ ଏମାନଙ୍କ ପାଖରେ ପହଂଚିବ ସେଇ ଅପେକ୍ଷାରେ ଅଛନ୍ତି ଗାଁଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe