କନକ ବ୍ୟୁରୋ: ମିଳିବ ବର୍ଷାରୁ ମୁକ୍ତି । କାଲିଠୁ କମିବ ବର୍ଷା । ଅବିଶ୍ରାନ୍ତ ବର୍ଷାର ପ୍ରଭାବ କାଲିଠୁ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତାକାଲି ଠାରୁ ବର୍ଷାର ପ୍ରଭାବ ଓ ପରିମାଣ କମିବା ନେଇ ଆକଳନ କରାଯାଉଥିଲେ ହେଁ ଆଜି କିନ୍ତୁ ରାତି ଯାଏଁ ବର୍ଷାର ପ୍ରଭାବ ରହିବ ।
ବିଶେଷ କରି ବାଲେଶ୍ୱର, କଟକରେ ଅଧିକ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ନୟାଗଡରେ ହୋଇପାରେ ଅଧିକ ବର୍ଷା । ମାତ୍ର ଉପକୂଳରେ ବର୍ଷାର ବେଶି ପ୍ରଭାବ ନାହିଁ । ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହେବ ଏବଂ ପଶ୍ଚିମ ଓଡିଶାରେ ଅଧିକ ପ୍ରଭାବ ରହିବ । ତେବେ ଏଥିପାଇଁ ସହରାଞ୍ଚଳରେ ଉପୁଜିପାରେ ଜଳବନ୍ଦୀ ସମସ୍ୟା । ଆଉ ଗ୍ରାମାଞ୍ଚଳରେ କଚାଘର କ୍ଷତିଗ୍ରସ୍ତ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/34.jpg)