ଆସନ୍ତା ୨ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ସୂଚନା

233

କନକ ବ୍ୟୁରୋ : ଜୁନ୍‌ରୁ ସେପ୍ଟେମ୍ବର ମୌସୁମୀ ଋତୁ ସରିବା ପରେ ଏବେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ସମୟ ଆସିଛି । ସାଧାରଣ ଭାବେ ସେପ୍ଟେମ୍ବର ୧ରୁ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟ‌ା ଆରମ୍ଭ ହୋଇଥାଏ । କିନ୍ତୁ ଚଳିତବର୍ଷ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବ। ପ୍ରାୟ ୩୬ ଦିନ ବିଳମ୍ବରେ ଅର୍ଥାତ୍‌ ଅକ୍ଟୋବର ୬ ତାରିଖରୁ ଦେଶରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ମିଳିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ୬ ଅକ୍ଟୋବର ଆଡ଼କୁ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏଥିସହ ଅକ୍ଟୋବର ୨୦ ସୁଦ୍ଧା ଓଡ଼ିଶାରୁ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ।