ବର୍ଷାରେ ଭିଜିପାରେ ଦଶହରା : ଦୁର୍ଗାପୂଜା ବେଳକୁ ଆସିପାରେ ଆଉ ଏକ ଲଘୁଚାପ; ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

4,515

କନକ ବ୍ୟୁରୋ : ବର୍ଷାରେ ଭିଜିପାରେ ଦଶହରା । ଦଶହରା ବେଳକୁ ଏକ ଲଘୁଚାପ ଓଡ଼ିଶା ଉପକୂଳକୁ ଆସିପାରେ । ଏହା ପ୍ରଭାବରେ ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୱିଣ୍ଡି ଡଟକମରେ ଜିଏଫଏସ୍ ମଡେଲର ଆକଳନ ଅନୁଯାୟୀ ଏକ ଲଘୁଚାପ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ଏପରିକି ଏହା ଗୋପାଳପୁର ଏବଂ ଚିଲିକା ମଝିରେ ସ୍ଥଳଭାଗ ଛୁଇଁପାରେ ।

ଟ୍ରପିକାଲ ଟିଡଟିକ୍ସ ଡଟକମର ଉପସ୍ଥାପିତ ଜିଏଫଏସ୍ ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଅଧିନ ଘନିଭୂତ ହୋଇ ବାଂଲାଦେଶ ଆଡକୁ ମୁହାଁଇପାରେ । ସେପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ । ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଏବଂ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ । ଅନ୍ୟ ପକ୍ଷରେ ଖରା ଏବଂ ଗରମ ଆଗୁଆ ଅନୁଭୂତ ହେବ । ଶୀତ ଋତୁରେ ହେଉଥିବା ବର୍ଷା ବି ଏଥର କମ ହେବ ବୋଲି ସେ ଆକଳନ କରିଛନ୍ତି ।