୨୬ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ! ୭ ଜିଲ୍ଲାରେ ମରୁଡି ସ୍ଥିତି , ରାୟଗଡା ଏବଂ ଗଜପତିରେ ସ୍ଥିତି ସଂଗୀନ

Advertisment
୨୬ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ! ୭ ଜିଲ୍ଲାରେ ମରୁଡି ସ୍ଥିତି , ରାୟଗଡା ଏବଂ ଗଜପତିରେ ସ୍ଥିତି ସଂଗୀନ

ଜୁନ୍ ମାସରେ ଓଡ଼ିଶାରେ କମିଲା ବର୍ଷା । ଜୁନ୍ ୩୦ ସୁଦ୍ଧା ଓଡ଼ିଶାରେ ସ୍ବାଭାବିକଠାରୁ ୩୧.୫ ପ୍ରତିଶତ କମ୍ ବର୍ଷା ହୋଇଛି। ୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ, ୫ଟି ଜିଲ୍ଲାରେ ଅଧିକ ନିଅଣ୍ଟିଆ ଓ ଦୁଇଟି ଜିଲ୍ଲାରେ ଅଳ୍ପ ବର୍ଷା ହୋଇଛି। ତେବେ ଜୁନ୍ ୧ ରୁ ଜୁଲାଇ ୧ ମଧ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ୩୦.୪% ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ୧୧ ଦିନ ବିଳମ୍ବରେ ଓଡ଼ିଶା ଛୁଇଁଥିଲା। ସାଧାରଣତଃ ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପହଞ୍ଚୁଥିବା ବେଳେ ଚଳିତବର୍ଷ ଜୁନ୍ ୨୧ ରେ ଓଡ଼ିଶା ଛୁଇଁଥିଲା। ତେବେ ମୌସୁମୀ ସ୍ପର୍ଶ କରିବା ସମୟରେ ସେତେଟା ସକ୍ରିୟ ନ ଥିଲା। ଯେଉଁଥିପାଇଁ ଓଡ଼ିଶାରେ ବର୍ଷା ପରିମାଣ କମିଛି। ଅବଶ୍ୟ ଜୁନ୍ ମାସର ଶେଷ ୧୦ ଦିନରେ ଅଧିକାଂଶ ସ୍ଥାନରେ ସ୍ବାଭାବିକ ବର୍ଷା ହୋଇଛି। ତେବେ ତାହା ପର‌୍ୟ୍ୟାପ୍ତ ନୁହେଁ। ଏପରିକି ଗତ ଦୁଇ ଦିନ ହେଲା ଓଡ଼ିଶାରେ ଲଗାଣ ବର୍ଷା ହେଉଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନି।

publive-image

ସ୍ବତନ୍ତ୍ର ରିଲିଫ୍ କମିସନଙ୍କ କାର‌୍ୟ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର, କୋରାପୁଟ, ଢେଙ୍କାନାଳ ଓ ନବରଙ୍ଗପୁରରେ ସ୍ବାଭାବିକ ବର୍ଷା ହୋଇଛି। ଜୁନ୍ ପହିଲାରୁ ଜୁଲାଇ ୧ ମଧ୍ୟରେ ଯାଜପୁର ଜିଲ୍ଲାରେ ସ୍ବାଭାବିକ ଭାବେ ୨୪୯.୮ମିମି ବର୍ଷା ହେବା କଥା। ତେବେ ଏଥର ୨୬୧.୨ ମିମି ହୋଇଛି। ସେହିପରି କୋରାପୁଟରେ ୨୧୮ ମିମି ପରିବର୍ତ୍ତେ ୨୦୫.୭, ଢେଙ୍କାନାଳରେ ୨୩୬ ବଦଳରେ ୨୧୫.୫ ଓ ନବରଙ୍ଗପୁରରେ ୨୬୩.୩ ମିମି ବଦଳରେ ୨୨୯.୫ ମିମି ବର୍ଷା ହୋଇଛି। କେବଳ ଯାଜପୁର ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି । ଅନ୍ୟପକ୍ଷରେ ୨୬ ଟି ଜିଲ୍ଲାରେ ସ୍ଥିତି ସଙ୍ଗିନ ରହିଛି। କଟକରେ ସ୍ବାଭାବିକଠାରୁ ୧୯.୫% କମ୍ ବର୍ଷା ରହିଛି। ପୁରୀ, ମାଲକାନଗିରି, ଭଦ୍ରକ, ଝାରସୁଗୁଡ଼ା, ଖୋର୍ଧା, ସୋନପୁର, ଜଗତ୍ସିଂହପୁର, ଗଞ୍ଜାମ ଜିଲ୍ଲାରେ ସ୍ବାଭାବିକଠାରୁ ୨୦ରୁ ୩୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଦେବଗଡ଼, ବରଗଡ଼, କେନ୍ଦ୍ରାପଡା ,ଅନୁଗୁଳ, ନୂଆପଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବାଲେଶ୍ବର ଓ ସମ୍ବଲପୁରରେ ୩୦ରୁ ୩୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।

publive-image

ବଡ଼ କଥା ହେଉଛି, ନୟାଗଡ଼, କେନ୍ଦୁଝର, ବଲାଙ୍ଗୀର, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି। ଜୁଲାଇ ୧ ସୁଦ୍ଧା ୪୦ରୁ ୫୦ ପ୍ରତିଶତ କମ୍ ବର୍ଷା ହୋଇଛି। ଅବଶ୍ୟ ଜୁନ୍ ୩୦ ରୁ ଜୁଲାଇ ୨ ମଧ୍ୟରେ ଲଗାଣ ବର୍ଷା ଫଳରେ ନୟାଗଡ଼, କେନ୍ଦୁଝର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ସ୍ଥିତିରେ କିଛିଟା ସୁଧାର ଆସିଛି। ତେବେ ଜୁଲାଇ ୧ ସୁଦ୍ଧା ନୟାଗଡ଼ରେ ୪୦.୪, କେନ୍ଦୁଝରରେ ୪୧.୧, ବଲାଙ୍ଗୀରରେ ୪୨.୩, କନ୍ଧମାଳରେ ୪୨.୮ ଓ ସୁନ୍ଦରଗଡ଼ରେ ୪୯.୫ ପ୍ରତିଶତ କମ୍ ବର୍ଷା ହୋଇଛି। ତେବେ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ସ୍ଥିତି ଅଧିକ ସଂଗିନ ରହିଛି। ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରାୟଗଡ଼ାରେ ସ୍ବାଭାବିକ ଭାବେ ୨୦୩.୭ ମିମି ବର୍ଷା ହେବା କଥା। ତେବେ ଜୁନ୍ ୧ ରୁ ଜୁଲାଇ ୧ ମଧ୍ୟରେ ମାତ୍ର ୮୦.୭ ମିମି ବର୍ଷା ହୋଇଛି। ଗଜପତିରେ ବି ସମାନ ଅବସ୍ଥା। ଏଠାରେ ସ୍ବାଭାବିକ ଭାବେ ୨୦୭.୧ ମିମି ବର୍ଷା ହେବା କଥା, ହୋଇଛି ମାତ୍ର ୬୯.୨ ମିମି । ମୋଟ ଉପରେ ରାଜ୍ୟର ବର୍ଷା ପରିମାଣ ଦେଖିଲେ, ଜୁନ୍ ୧ ରୁ ଜୁଲାଇ ୧ ମଧ୍ୟରେ ୨୨୭.୫ ମିମି ବର୍ଷା ହେବା କଥା, କିନ୍ତୁ ୧୫୮.୨ ମିମି ହୋଇଛି। ଯଦି ଦେଖାଯାଏ, ଜୁନ୍ ୧ରୁ ୩୦ ମଧ୍ୟରେ ସ୍ବାଭାବିକ ଭାବେ ୨୧୬.୫ ମିମି ବର୍ଷା ହେବା କଥା। ତେବେ ହୋଇଛି ୧୪୮.୩ ମିମି । ଯାହାକି ୩୧.୫ ପ୍ରତିଶତ କମ୍। ତଥାପି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଲଘୁଚାପ ଜନିତ ବର୍ଷା ଦ୍ବାରା ନିଅଣ୍ଟିଆ ବର୍ଷା ପରିମାଣ କିଛି ମାତ୍ରାରେ ପୂରଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe