ତାତିରୁ ମିଳିଲା ଆଶ୍ୱସ୍ତି । ବଦଳିଲା ପାଗର ମିଜାଜ୍ । ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ।

198

କନକ ବ୍ୟୁରୋ: ତାତିରୁ ମିଳିଲା ଆଶ୍ୱସ୍ତି । ବଦଳିଲା ପାଣିପାଗର ମିଜାଜ । ୪ ଦିନର ଅସହ୍ୟ ତାତି ପରେ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେଇଛି । ରାଜଧାନୀ ଭୁବନେଶ୍ୱରରେ ଘଡଘଡି ସହ ବର୍ଷା ହେଇଛି । ତେବେ ପାଣିପାଗର ମିଜାଜ୍ ବଦଳିବା ନେଇ ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା, ଯାହାକି ଏବେ ସତ ସାବ୍ୟସ୍ତ ହେଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନଚାପରେଖା ଓ ଗୁରୁଚାପ ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ଓ କୁଆ ପଥର ବର୍ଷାର ସମ୍ଭାବନା ରହିଛି । ଝଡି ପବନ ସହ ଏହି ସମୟରେ ୪୦ ରୁ ୫୦ କିଲୋମିଟର ଝଡି ପବନ ସହ ଏହି ସମୟରେ ୪୦ ରୁ ୫୦ କିଲୋମିଟର ପବନ ବହିବାର ପୂର୍ବାନୁମାନ କରିଛି ବିଭାଗ ।

କୁଆପଥର ବର୍ଷାକୁ ନେଇ ୮ ଜିଲ୍ଲା ଯେପରିକି ଢେଙ୍କାନାଳ, ନୟାଗଡ , ଅନୁଗୁଳ କଟକ , ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅରେଞ୍ଜ ୱାଣ୍ଣିଂ ଜାରିକରିଛି ବିଭାଗ । ବିଜୁଳି ଘଡଘଡି ବର୍ଷା ପାଇଁ ଦେଓଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ , ସୋନପୁର , ବୌଦ୍ଧ ଓ ସମ୍ବଲପୁରରେ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକାଲି ରାଜ୍ୟରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ, ଦେଓଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ , ରାୟଗଡା ଓ କଳାହାଣ୍ଡି ପାଇଁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୯ରୁ ପୁଣିପାଗ ବଦଳିବା ସହ କୌଣସି ସତର୍କ ସୂଚନା ନଥିବା କହିଛି ପାଣିପାଗ ବିଭାଗ ।