ଦୁର୍ବଳ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ ; ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି , ଆହୁରି ୪ ଦିନ ବର୍ଷିବ

Advertisment
ଦୁର୍ବଳ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ ; ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି , ଆହୁରି ୪ ଦିନ ବର୍ଷିବ

କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା। ବିଶେଷ କରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କୋରାପୁଟରେ ସମସ୍ତ ଅଧିକାରୀଙ୍କ ଛୁଟିକୁ ୨୩ ତାରିଖ ଯାଏଁ ବାତିଲ କରଯାଇଛି । ଦକ୍ଷିଣ ଓଡ଼ିଶାକୁ ବର୍ଷା ଉବୁଟୁବୁ କରିଥିବା ବେଳେ ଆଉ ୨ ଦିନ ପରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ସକ୍ରିୟ ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସହ ୧୨ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହେବ। ହେଲେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

ଆଜି ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ପର୍ୟ୍ୟନ୍ତ ମାଲକାନଗିରି ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ଓଡ଼ିଶାକୁ ବର୍ଷା ଉବୁଟୁବୁ କରିଥିବା ବେଳେ ଆଉ ୩ ଦିନ ପରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏପରିକି ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe