ଲଘୁଚାପ ପ୍ରଭାବରେ ଭିଜିଲା ରାଜଧାନୀ । ଉଟୁବୁଟୁ ହେଲା ରାଜରାସ୍ତା, ଘରେ ପଶିଲା ପାଣି ।

Advertisment
ରାଜ୍ୟରେ ପୁଣି ବର୍ଷା ସମ୍ଭାବନା: ପଶ୍ଚିମା ଝଡ ପ୍ରଭାବରେ ହୋଇପାରେ ବର୍ଷା

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜିଛି ସାରା ରାଜ୍ୟ । ଲଘୁଚାପ ପ୍ରଭାବରେ ପୁରୀରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସଂଧ୍ୟା ୬ଟା ସୁଦ୍ଧା ଭୁବନେଶ୍ୱରରେ ୧୧୯ ମିଲିମିଟର, ଟିଟିଲାଗଡ଼ରେ ୪୮.୮ ଓ ପାରାଦୀପରେ ୪୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜଧାନୀ ଭୁବନେଶ୍ୱରରେ ଏପରି ବର୍ଷା ହୋଇଛି, ଯାହା ନିକଟ ଅତୀତରେ ଦେଖାଯାଇନଥିଲା । ରାସ୍ତାରେ ବନ୍ୟା ଭଳି ପାଣିର ସୁଅ ଦେଖିବାକୁ ମିଳିଛି । ତଳୁଆ ଅଞ୍ଚଳରେ ଥିବା ଘରଗୁଡିକରେ ପାଣି ପଶିଯାଇଛି । ଆସନ୍ତାକାଲି ବି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି, ଯଦି ରାତିରେ ବର୍ଷା ଜାରି ରହେ, ତେବେ ସବୁ ରେକର୍ଡ ଭାଙ୍ଗିଦେବ ରାଜଧାନୀ ଭୁବନେଶ୍ୱରରେ ବର୍ଷା । ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ଭୁବନେଶ୍ୱରରେ ୧୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଯାହା ସର୍ବକାଳୀନ ରେକର୍ଡ । ଲଗାଣ ବର୍ଷା ଜାରି ରହିଲେ, ୬୩ ବର୍ଷ ପରେ ଏହି ରେକର୍ଡ ଭାଙ୍ଗି ଯାଇପାରେ ବୋଲି ଆକଳନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe