ରାଜଧାନୀରେ ଅଦିନିଆ ବର୍ଷା । ତାତିରୁ ସାମାନ୍ୟ ଆଶ୍ୱସ୍ତି

Advertisment
ରାଜଧାନୀରେ ଅଦିନିଆ ବର୍ଷା । ତାତିରୁ ସାମାନ୍ୟ ଆଶ୍ୱସ୍ତି

କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା ତାତି ଭିତରେ ଅଦିନିଆ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ଭୁବନେଶ୍ୱରର କେତେକ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଆଉ କେତେକ ସ୍ଥାନରେ ବର୍ଷା ହୋଇନଥିଲେ ବି କଳାବାଦଲ ଘୋଡେଇ ହୋଇ, ଆକାଶ ମେଘାଚ୍ଛନ୍ନ ଥିବା ଦେଖିବାକୁ ମିଳିଛି ।

କମ୍ ଦିନର ଶୀତ ପରେ ଗରମ ଧିରେ ଧିରେ ବଢିବାକୁ ଲାଗିଥିଲା । ଆଉ ଏହାରି ଭିତରେ ଅଦିନିଆ ବର୍ଷା ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ବର୍ଷା କାରଣରୁ ତାପମାତ୍ରା ସାମାନ୍ୟ ତଳକୁ ଖସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe