ରାଜଧାନୀରୁ ଉଭେଇଯାଇଛି ବର୍ଷା। ଗତ ୧୩୩ ଦିନରେ ବର୍ଷିଛି ମାତ୍ର ୧୧ ଦିନ।

120

କନକ ବ୍ୟୁରୋ : ଦିନ ୧୦ ନହେଉଣୁ ଅସହାୟ ହେଉଛି ତାତି । ଘରୁ ବାହାରିବ ବି ମୁସ୍କିଲ ହୋଇପଡୁଛି । ଖରାରେ ଥକିପଡି କିଏ ଗଛ ତଳେ ଆଶ୍ରୟ ନେଉଛି ତ ପୁଣି କିଏ ଛତା ଧରି ଘରୁ ବାହାରୁଛି ।  ଏଭଳି ଚିତ୍ର ରାଜଧାନୀ ଭୁବନେଶ୍ୱରରୁ ଆସୁଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ହନ୍ତସନ୍ତ ରାଜଧାନୀବାସୀ । ଦୃତସହରୀକରଣ ପାଇଁ ଏକାମ୍ରକ୍ଷେତ୍ରରୁ କଂକ୍ରିଟ ସହର ପାଲଟିଥିବା ଭୁବନେଶ୍ୱରରେ ଗରମ ସହିବା ଏକପ୍ରକାର କଷ୍ଟସାଧ୍ୟ ହୋଇପଡିଲାଣି ।

ସବୁଠାରୁ ବଡ କଥା ହେଉଛି, ଗତ ୧୩୩ ଦିନରେ ଭୁବନେଶ୍ୱରରେ ମାତ୍ର ୧୧ ଦିନ ବର୍ଷା ହୋଇଛି । ଏପରିକି ଗତ ଫେବୃଆରୀ, ମାର୍ଚ୍ଚ ଓ ଅପ୍ରେଲରେ ରାଜଧାନୀରେ ଆଦୈା ବର୍ଷା ହୋଇନଥିବା ରେକର୍ଡ ହୋଇଛି ।  ମେ ମାସରେ ୧୦ ଦିନ ବର୍ଷା ହୋଇଥିବାବେଳେ ଜୁନ ମାସର ପ୍ରଥମ ୧୩ ଦିନରେ ମାତ୍ର ଗୋଟିଏ ଦିନ ବର୍ଷା ହୋଇଛି । ୨୦୨୦ରେ ଏହି ୧୩୩ ଦିନ ଭିତରେ ରାଜଧାନୀରେ ୪୪୯.୧ ମିମି ବର୍ଷା ହୋଇଥିବାବେଳେ ୨୦୨୧ ବେଳକୁ ଏହି ଦିନରେ ବର୍ଷାର ପରିମାଣ ୩୬୬..୮ ମିମି ରହିଥିଲା । ୨୦୨୨ରେ ଏହି ୧୩୩ ଦିନରେ ମାତ୍ର ୧୭୧ ମିମି ବର୍ଷା ରେକର୍ଡ କରାଯାଇଛି