କନକ ବ୍ୟୁରୋ: ପୁଣି ଚେନ୍ନାଇକୁ ବର୍ଷା ଭୟ । ଲଗାଣ ବର୍ଷା ନେଇ ତାମିଲନାଡୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ତେବେ ଚିନ୍ତାର ବିଷୟ ହେଉଛି ଗତ ଲଘୁଚାପ ବର୍ଷାରେ ବେହାଲ ହୋଇଥିବା ଚେନ୍ନାଇ ଅବସ୍ଥା ଏବେ ବି ସୁଧୁରି ନାହିଁ । ଆଉ ଶୁକ୍ରବାର ଚେନ୍ନାଇ ସମେତ ଏହାର ଆଖପାଖ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପୁର୍ବନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।
ଏହାକୁ ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରୀ କରିଛି ଆଂଚଳିକ ପାଣିପାଗ ବିଭାଗ । ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାରେ ସ୍କୁଲ ଓ କଲେଜ ଗୁଡିକୁ ଛୁଟି ଘୋଷଣା କରିଛି ତାମିଲନାଡୁ ସରକାର । ଲୋକମାନଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖିବାକୁ ଚେନ୍ନାଇ ମେଟ୍ରୋ କର୍ପୋରେସନ ପରାମର୍ଶ ଦେଇଛି । ସେହପରି ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/Chennai-5.jpg)