କନକ ବ୍ୟୁରୋ : ଜାରି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି ।। ଅନ୍ୟ କିଛି ସ୍ଥାନ ଭଳି ତେଲକୋଇରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ବର୍ଷା ଯୋଗୁ ସମାକୋଇ ନଦୀର ଜଳ ସ୍ତର ବଢିବାରେ ଲାଗିଛି । ଟେନାର ଓ ଘୁରୁଡିଆ ନାଳରେ ପ୍ରଖର ସ୍ରୋତ ସହ ପୋଲ ଉପରେ ୫ ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେବାରେ ଲାଗିଛି । ଗୁରୁବାରଠାରୁ ବର୍ଷା ଜାରି ରହିଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି । ଯାହାଫଲରେ ସମାକୋଇ ନଦୀ ଫୁଲୁଥିବା ବେଳେ ନୂଆଗଡ ଠାରେ ଟେନାର ନାଳ ଓ କରଦାଙ୍ଗିରେ ଘୁରୁଡିଆ ନାଳରେ ପ୍ରଖର ସ୍ରୋତ ପ୍ରବାହିତ ହେଉଛି । ଉଭୟ ନାଳର ପୋଲ ଉପରେ ୫ ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଥିବା ବେଳେ ଯିବା ଆସିବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ଯାତ୍ରୀ ଓ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷାରେ ପ୍ରାୟ ୨ଟି ପଞ୍ଚାୟତର ୧୨ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଖାଲି ସେତିକି ନୁହେଁ ସବୁଠୁ କ୍ଷତି ହୋଇଛି ଚାଷୀର । ଏକର ଏକର ଚାଷ ଜମିରେ ଚାଷ କରିଥିଲା ଚାଷୀ । ହେଲେ ପାଣି ଜମି ରହି ସମସ୍ତ ଫସଲ ନଷ୍ଟ ହୋଇଯାଇଛି । ଚାଷ କ୍ଷେତ ଗୁଡିକରେ ପାଣି ଜମି ରହିଥିବା ଦେଖିୁବାକୁ ମିଳିଛି ।
ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ତେଲକୋଇରେ ବଢୁଛି ନଦୀର ଜଳସ୍ତର । ଏକର ଏକର ଜମିରେ ପାଣି ପଶି ଫସଲ ନଷ୍ଟ
/kanak/media/post_attachments/wp-content/uploads/2024/08/42-8.jpg)