ଆଉ ୨ ଦିନ ବର୍ଷା ସମ୍ଭାବନା । କିଛି ସ୍ଥାନରେ ପବନ ସହ ବର୍ଷିବ, ଆଉ କିଛି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା । ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ ରହିଛି କି ବର୍ଷା ସମ୍ଭାବନା?

512

କନକ ବ୍ୟୁରୋ : ସକାଳୁ ସକାଳୁ ସ୍ମାର୍ଟସିଟିକୁ ଭିଜାଇଲା ବର୍ଷା । କେବଳ ଭୁବନେଶ୍ୱର ନୁହେଁ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତର ଉପକୂଳ, ଆନ୍ଧ୍ରପ୍ରଦେଶ ଓ ଆଭ୍ୟନ୍ତରୀଣ ଓଡିଶାଉପରେ ରହିଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ଶୂନ ଦଶମିକ ୯ କିଲୋମିଟର ଉଚ୍ଚରେ ରହିଛି ଘୂଣ୍ଣିବଳୟ । ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଳାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୧୩ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡା, କନ୍ଧମାଳ, ନୟାଗଡ, ବୌଦ୍ଧ ଜିଲ୍ଲାରେ ବର୍ଷା ହେବ । ସେହିପରି ସୋନପୁର, ସମ୍ବଲପୁର , ଦେବଗଡ, ଅନୁଗୁଳ,କେନ୍ଦୁଝର ଓ ଢ଼େଙ୍କାନାଳ ରାଜ୍ୟର ୬ଟି ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା । ସେହିଭଳି କିଛି ସ୍ଥାନରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି । ଆଜି ଓ ଆସନ୍ତାକାଲି ସମାନ ପାଗ ରହିବ । ୯ ତାରିଖରେ ପାଗରେ ଟିକିଏ ପରିବର୍ତ୍ତନ ଆସିବ । ୧୦ ତାରିଖରୁ ବର୍ଷର ପରିମାଣ କମିବା ସହ ଥଣ୍ଡାର ପରିମାଣ ବଢ଼ିବ । ରାତିରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ବର୍ଷା ପରେ କୁହୁଡି ଅନୁଭୂତ ହେବ ।