ଆଜିଠୁ ଓଡି଼ଶାରେ ବର୍ଷା ସମ୍ଭାବନା । ବିିଭିନ୍ନ ସ୍ଥାନ ପାଇଁ ୟେଲୋ ୱାର୍ଣ୍ଣିଂ, ଘଡଘଡି ସହ ବର୍ଷା ପବନ ସମ୍ଭାବନା ।

2,171

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ମରାଠା ଠାରୁ ଦକ୍ଷିଣ ତାମିଲନାଡୁ ଯାଏଁ ଏକ ଟ୍ରାପ ଲାଇନ ସୃଷ୍ଟି ହୋଇଛି । ଟ୍ରାପ ଲାଇନ୍ ପ୍ରଭାବରେ ବର୍ଷା ହେବ ବୋଲି ଜଣାପଡିଛି ।

ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ମୟୁରଭଂଜ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁରରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଉତ୍ତର, ପଶ୍ଚିମ, ଓ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ଜଣାପଡିଛି ।