ବର୍ଷା ଧୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍! ଦୁଇ ଦେଶର ଦଶର୍କଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

462

କନକ ବ୍ୟୁରୋ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆକପକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ରବିବାର ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ଭେଟିବ ଭାରତ । ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଷ୍ଟାଡିୟମରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ନିଜର ପ୍ରଥମ ମ୍ୟାଚ ଖେଳିଳେ । ମ୍ୟାଚକୁ ନେଇ ଉଭୟ ଦେଶର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ହେଲେ ବର୍ଷା ମ୍ୟାଚ ଖେଳାଯାଇପାରିକ କି ନାହିଁ ତାକୁ ନେଇ ଏବେବି ଆଶଙ୍କା ରହିଛି । ରବିବାର ମେଲବର୍ଣ୍ଣ ସହରରେ ପ୍ରବଳ ବର୍ଷା ନେଇ ସେଠାକାର ପାଣିପାଗ ସଂସ୍ଥା ଆକଳନ କରିଛି ।

ପାକିସ୍ତାନରେ ହେବାକୁ ଏସିଆକପ ଖେଳିବାକୁ ଭାରତ ଯିବନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ବୟାନ ପରେ ପାକିସ୍ତାନର କ୍ରିକେଟରମାନେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବା ପାଇଁ ନଆସିବାକୁ ଚେତାବନୀ ଦେଇଛନ୍ତି । ଏପରିକି କିଛି ପାକିସ୍ତାନୀ କ୍ରିକେଟର ଭାରତ ସହ ଆଦୌ ମ୍ୟାଚ ନଖେଳିବାକୁ ଦାବି କରୁଛନ୍ତି ।

ଶାହଙ୍କ ମନ୍ତବ୍ୟକୁ ନେଇ ଏବେ ଦୁଇ ଦେଶ ମୁହାଁମୁହିଁ ପରିସ୍ଥତିକୁ ଆସିଥିବା ବେଳେ ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ସହ ମ୍ୟାଚ ନଖେଳିବାକୁ ଦାବି କରିଛନ୍ତି ମୁସଲିମ ନେତା ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । କାହିଁକି ବିଶ୍ୱକପରେ ପାକିସ୍ତାନ ସହ ଖେଳିବ ପ୍ରଙଶ୍ନ କରିଛନ୍ତି ଓୱେସୀ । ଆମେ ପାକିସ୍ତାନ ଯିବା ନାହିଁ କିନ୍ତୁ ଅଷ୍ଟ୍ରେଲିଆରେ ପାକିସ୍ତାନ ସହ ମ୍ୟାଚ ଖେଳିବା କି ପ୍ରକାରର ଭଲପାଇବା ବୋଲି ୱବେସୀ ପ୍ରଶ୍ନ କରିଛନ୍ତି । ଏହି ବିବାଦକୁ ନେଇ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଭାରତ ଖେଳିବାକୁ ଯିବ କି ନାହିଁ ତାହା ବିିସିସିଆଇ ନିଷ୍ପତି ନେବ, ଆମେ ଏବେ ବିଶ୍ୱକପରେ ଧ୍ୟାନ ଦେଉଥିବା ସେ କହିଛନ୍ତି ।

ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ୬ ଥର ମୁହାଁମୁହିଁ ହୋଇଥିବା ବେଳେ ପାକିସ୍ତାନ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଛି । କିନ୍ତୁ ଗତ ବିଶ୍ୱକପରେ ପାକିସ୍ତାନଠୁ ଭାରତ ହାରିଥିବାରୁ ଏଥର ଭାରତୀୟ ଖେଳାଳୀଙ୍କ ଉପରେ ଚାପ ରହିପାରେ । ପାକିସ୍ତାନର ପେସ ବୋଲର ସାହୀନ ଆଫ୍ରିଦୀ ଦଳକୁ ଫେରିଥିବାରୁ ଭାରତ ଅପେକ୍ଷା ବୋଲିଂରେ ପାକିସ୍ତାନର ପଲା ଭାରି ରହିବ । କିନ୍ତୁ ଦୃଢ ବ୍ୟାଟିଂ ଲାଇନଅପ ଥିବା ଭାରତର ବ୍ୟାଟରମାନେ ପାକିସ୍ତାନ ବୋଲରଙ୍କୁ କିପରି ସାମ୍ନା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।