କନକ ବ୍ୟୁରୋ : ରାଜ୍ୟର ପଶ୍ଚିମ ଓଡିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହୋଇଛି । ପାରା ୪୫ ଡିଗ୍ରୀ ଉପରେ ରହିଛି । ସୁନ୍ଦରଗଡ ସମେତ ପଶ୍ଚିମ ଓଡିଶାରେ ଗତକାଲି ୪୦ ରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ହେଲେ ଉତ୍ତର ଓଡିଶାରେ ଆଜି ବର୍ଷା ଆରମ୍ଭ ହୋଇଛି । ସକାଳେ ବାଲେଶକବର, ବସ୍ତା, ଭୋଗରାଇର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ପାଗରେ ସାମନ୍ୟ ପରିବର୍ତ୍ତନ ହୋଇଛି । ଲୋକମାନେ ଟିକେ ଆଶ୍ୱସ୍ତ ହୋଇଛନ୍ତି ।
ଅନ୍ୟପଟେ ଗତକାଲି ଠାରୁ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଜୁନ ୧୫ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶାରେ ପହଂଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/17-23.jpg)