ହଠାତ୍ ମାଡିଆସିଲା ଅନ୍ଧାର, ବୋହିଲା ସୁ ସୁ ପବନ । ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଲା କାଳବୈଶାଖୀ ।

Advertisment
ହଠାତ୍ ମାଡିଆସିଲା ଅନ୍ଧାର, ବୋହିଲା ସୁ ସୁ ପବନ । ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଲା କାଳବୈଶାଖୀ ।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଅନୁଭୂତ ହୋଇଛି। କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ବର୍ଷା ହୋଇଛି। ପବନ, ବର୍ଷା ସହ ଘଡ଼ଘଡ଼ି ପଥଚାରୀଙ୍କୁ ଅଧିକ ଡରାଇଛି। ସନ୍ଧ୍ୟା ସାଢ଼େ ୫ଟା ପରେ କାଳବୈଶାଖୀ ଆରମ୍ଭ ହେବାର ଅଳ୍ପ ସମୟ ପରେ ବର୍ଷା ହୋଇଛି। ରାଜଧାନୀରେ ବର୍ଷା ଯୋଗୁଁ ମାଟି ଓଦା ହୋଇଯାଇଥିବାରୁ ଆଗାମୀ କିଛି ଦିନ ପାଇଁ ତାତିରୁ ନିସ୍ତାର ମିଳିବ।

ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ଝଡବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା। ସେହିପରି ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି।

୨୮ ତାରିଖ ସକାଳ ୮ଟା ୩୦ରୁ ୨୯ ତାରିଖ ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ। ତେବେ ପୂର୍ବ ଓ ଉତ୍ତର ଓଡିଶାରେ ଏଭଳି ପାଣିପାଗ ହେବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାରେ ହିଟୱେଭର ସମ୍ଭାବନା ରହିଛି। ୩୧ ତାରିଖ ସକାଳ ୮ଟା ୩୦ରୁ ଏପ୍ରିଲ ୧ ସକାଳ ୮ଟା ୩୦ ଏଜେନ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ହିଟୱେଭ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ହିଟୱେଭକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe