କନକ ବ୍ୟୁରୋ : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଆସନ୍ତା ତିନି ଦିନ ଧରି ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗର ଉତର-ପୂର୍ବ ଉପକୂଳରେ ସୃଷ୍ଟି ଏହି ଲଘୁଚାପ ବଳୟ ଆଜି ଅଧିକ ଘନୀଭୂତ ହେବାର ସଂଭାବନା ରହିଛି । ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୭ ଜିଲ୍ଲାକୁ ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ବିଶେଷ କରି ଉତ୍ତର ଓଡିଶାର ଅଧିକାଂଶ ଜିଲ୍ଲାରେ ଏବଂ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ମାଲକାନଗିରି, କୋରାପୁଟ, ବାଲେଶ୍ୱର, ମୟୂରଭଂଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଏହି ୭ ଜିଲ୍ଲାକୁ ଅରେଂଜ ୱାଣ୍ଣିଂ ଜାରି ହୋଇଛି ।
ୟେଲୋ ୱାର୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଉଛି ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼ ଓ କଳାହାଣ୍ଡି । ୨୨ ତାରିଖରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଆସନ୍ତା ୨୩ ଯାଏଁ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/12-23.jpg)