ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବ ।  ଆହୁରି ୨୪ ଘଂଟା ଯାଏ  ଉତର ଓ ଉପକୂଳ ଓଡିଶାରେ ବର୍ଷା

Advertisment
ଜୁନ୍‌ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ଦକ୍ଷିଣ ଉତ୍ତରପ୍ରଦେଶ ଓ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଉ ୨୪ଘଣ୍ଟା ଯାଏ ବର୍ଷା ଲାଗି ରହିବ। ୩୦ ତାରିଖ ସକାଳୁ ପାଗରେ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହାପରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୩ ତାରିଖ ଯାଏ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

publive-imageକଟକରେ ସର୍ବାଧିକ ୮୭.୮ମିମି ବର୍ଷା ହୋଇଛି। ଏହାବ୍ୟତୀତ ପାରାଦୀପରେ ୪୬.୮, ବାଲେଶ୍ବରରେ ୨୭.୩, ବଲାଙ୍ଗୀରରେ ୨୨, ତାଳଚେରରେ ୨୦, ଝାରସୁଗୁଡ଼ାରେ ୧୯, ବାରିପଦାରେ ୧୭, ଫୁଲବାଣୀରେ ୧୫.୪, ପୁରୀରେ ୧୫, କେନ୍ଦୁଝରରେ ୧୩.୬, ଅନୁଗୁଳରେ ୧୨.୬, ଭୁବନେଶ୍ବରରେ ୯.୭ ମିମି ବର୍ଷା ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର କାଁ ଭାଁ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଶନିବାର ଖୋର୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe