କନକ ବ୍ୟୁରୋ : ବିଶ୍ୱର ରେଳ ନେଟୱର୍କ ମାମଲାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ହେଲେ ସାଇଜ ମାମଲାରେ ଭାରତର ସ୍ଥାନ ୭ମରେ ରହିଛି । ଭାରତର ରେଳ ନେଟୱର୍କ ମୋଟ ୭୦,୨୨୫ କିଲୋମିଟର । ରେଳ ବିଭାଗ ଯାତ୍ରୀଙ୍କର ଆବଶ୍ୟକତାକୁ ଦେଖି ରେଳ ଚଳାଚଳ ସଂଚାଳନ କରିଥାଏ ।

Advertisment

ହେଲେ ଆପଣ ଜାଣିଛନ୍ତି କି ବିଶ୍ୱର କେଉଁଦେଶ ପାଖରେ ରହିଛି ସବୁଠାରୁ ଅଧିକ ଟ୍ରେନ । ଅର୍ଥାତ ରେଳ ନେଟୱର୍କ ମାମଲାରେ କେଉଁ ଦେଶ ସବୁଠାରୁ ଆଗରେ ରହିଛି । ଆଜି ଆମେ ଆପଣଙ୍କୁ ଏଭଳି ଦେଶ ବାବଦରେ ଜଣାଇବାକୁ ଯାଉଛୁ ଯେଉଁ ଦେଶରେ ସବୁଠାରୁ ଅଧିକ ଟ୍ରେନ ଚଳାଚଳ କରିଥାଏ ।

ରେଳ ନେଟୱର୍କ ମାମଲାରେ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି ଆମେରିକା । ଏହାସହ ଆମେରିକା ପାଖରେ ୨,୫୭,୫୬୦ କିଲୋମିଟର ରେଳ ଲାଇନ ରହିଛି । ଆମେରିକାରେ ମାଲ ପରିବହନ ପାଇଁ ସବୁଠାରୁ ଅଧିକ ରେଳ ନେଟୱର୍କକୁ ବ୍ୟବହାର କରାଯାଇଥାଏ । ଏହି କ୍ରମରେ ଯାତ୍ରୀମାନଙ୍କ ପାଇଁ କେବଳ ୩୫,୦୦୦ କିଲୋମିଟର ରେଳ ନେଟୱର୍କ ରହିଛି ।

ରେଳ ନେଟୱର୍କ ମାମଲାରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି ଚୀନ । ଚୀନ ପାଖରେ ୧,୫୦,୦୦୦ କିଲୋମିଟର ରେଳ ଲାଇ ନରହିଛି । ହେଲେ ଦ୍ରୁତ ରେଳଟ୍ରାକ୍ ମାମଲାରେ ଚୀନ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି । ଚୀନ ପାଖରେ ୪୦ ହଜାର କିଲୋମିଟରର ଦ୍ରୁତ ରେଳ ଟ୍ରାକ ରହିଛି । ରେଳ ନେଟୱର୍କ ମାମଲାରେ ଋଷ ବିଶ୍ୱର ତୃତୀୟ ସ୍ଥାନରେ ରହିଛି ।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ଏଭଳି କିଛି ଦେଶ ରହିଛି ଯାହାର ନିଜସ୍ୱ ରେଳ ନେଟୱର୍କ ନାହିଁ । ଏହି ଦେଶ ତାଲିକାରେ ରହିଛି ଭୂଟାନ ଓ ଅଣ୍ଡୋରା । ଏହି ଦୁଇଦେଶରେ ନାହିଁ ନିଜସ୍ୱ ରେଳ ନେଟୱର୍କ ।