କନକ ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ବଡ ଖବର । ମେ ୧୨ ତାରିଖରୁ ଦେଶରେ ଗଡିବ ଟ୍ରେନ୍ । ରେଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ପାସେଞ୍ଜର ଟ୍ରେନ ଚଳାଇବାକୁ ଯୋଜନା ରହିଛି । ତେବେ ଏଥିପାଇଁ ଆସନ୍ତାକାଲିଠାରୁ ଆଇଆରସିଟିସିର ୱେବସାଇଟରେ ଲୋକେ ଟିକେଟ ବୁକ କରିପାରିବେ ।
ସବୁଠାରୁ ବଡକଥା ହେଉଛି ଭୁବନେଶ୍ୱରରୁ ମଧ୍ୟ ଟ୍ରେନ ଚଳାଚଳ କରିବ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଇନରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା । କେବଳ ବିଭିନ୍ନ ସ୍ଥାନରେ ଫସିରହିଥିବା ଶ୍ରମିକଙ୍କୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଥିଲା ।
ତେବେ ଏହି ସବୁ ଟ୍ରେନ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଡେବ୍ରିଗଡ, ଅଗରତାଲା, ହାୱାଡା, ପଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜାମ୍ମୁ ତାଇ ରେଳ ଷ୍ଟେସନ ଦେଇ ଏହି ୧୫ ଯୋଡା ଟ୍ରେନ ଯାତାୟତ କରିବ ।
ଅନ୍ୟପଟେ ଆସନ୍ତାକାଲି ଠାରୁ ରେଳଯାତ୍ରୀମାନେ ଟିକଟ ବୁକିଂ କରିପାରିବେ । ଆସନ୍ତାକାଲି ଅପରାହ୍ଣ ୪ଟାରୁ ଟିକେଟ କାଉଣ୍ଟର ନୁହେଁ କେବଳ ଅନଲାଇନ ୱେବସାଇଟ ଆଇଆରସିଟିସିରେ ବୁକିଂ କରିପାରିବେ । ତେବେ ଯେଉଁମାନଙ୍କ ଟିକେଟ କନଫର୍ମ ହୋଇଥିବ ସେମାନେ ହିଁ ରେଳଯାତ୍ରା କରିପାରିବେ । ଅନ୍ୟପଟେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯାତ୍ରା ବେଳେ ସମସ୍ତ ଯାତ୍ରୀ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏବଂ ଟ୍ରେନ ଚଢିବା ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଯେଉଁମାନଙ୍କ ଦେହରେ ଲକ୍ଷଣ ନଥିବ ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ।
Follow Us