କେନ୍ଦ୍ର ରେଳ ମନ୍ତ୍ରଣାଳୟର ବଡ଼ ଘୋଷଣା । ଆସନ୍ତା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ୍ ।

Advertisment
ପଶ୍ଚିମବଙ୍ଗକୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲିବା ପ୍ରସଙ୍ଗ: ରେଳମନ୍ତ୍ରୀଙ୍କ ଅଭିଯୋଗ, କେତେ ଟ୍ରେନ୍ ଚାଲିବ ଏଯାଏଁ କେନ୍ଦ୍ରକୁ ଜଣାଇ ନାହାନ୍ତି ମମତା

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧ ତଥା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ । କେନ୍ଦ୍ର ରେଳମନ୍ତ୍ରଣାଳୟ ନିଷ୍ପତି ଅନୁସାରେ ରାଜ୍ୟର ବିଭିନ୍ନ ରେଳ ଜୋନରେ ମିଳିବ । ଯାହାକି ପୂର୍ବତଟ ରେଳବାଇ, ଦକ୍ଷିଣ-ପୂର୍ବାଞ୍ଚଳ ରେଳ ଜୋନ୍ ଏବଂ  ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଳ ଜୋନ ଗୁଡ଼ିକରେ ଅନ୍ତର୍ଭୁକ୍ତ ଥିବା ଷ୍ଟେସନ ଗୁଡ଼ିକରେ ଓଡ଼ିଆରେ ଛପା ରେଳ ଟିକେଟ୍ ମିଳିବ । ତେବେ ରାଜ୍ୟରେ ମୋଟ୍ ୩୧୭ଟି ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଛପା ହୋଇଥିବା ଅଣ-ସଂରକ୍ଷିତ ଟିକେଟ୍ ମିଳିବ ବୋଲି ରେଳମନ୍ତ୍ରଣାଳୟ ପକ୍ଷରୁ  ନିଷ୍ପତି ହୋଇଛି ।

publive-imageସେପଟେ ଓଡିଶାରେ ରେଳ ଟିକେଟକୁ ଆଂଚଳିକ ଓଡିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି ।

ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲିକ୍ଷିତ ହେବା ସହ ଯାତ୍ରା ସମୟରେ ଲୋକମାନଙ୍କର ଅନୁଭୂତି ସୁଃଖଦ ହେଉଛି । କିନ୍ତୁ ରେଳ ଟିକେଟ୍ ଗୁଡ଼ିକ ଓଡିଆରେ ଉପଲବ୍ଧ ହେଲେ ଓଡିଶାବାସୀ ଲାଭବାନ ହେବେ । ଏହାସହ ଓଡିଶାରେ ଟିକେଟ୍ ଗୁଡିକ ଯଦି ଓଡିଆରେ ଉପଲବ୍ଧ ହେବ ତେବେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହେବେ ବୋଲି ଚିଠି ଲେଖି ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ।ତେବେ ଆସନ୍ତା ଉତ୍କଳ ଦିବସରୁ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଛପା ଟିକେଟ୍ ମଳିବାକୁ ଥିବାବେଳେ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe