କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କିଛି ରାଜ୍ୟରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏବେ ଅକ୍ସିଜେନ ଏକ୍ସପ୍ରେସ ଚଳାଇବ । ଲିକ୍ୱିଡ ମେଡିକାଲ ଅକ୍ସିଜେନ ବା ଏଲଏମଓର ପରିବହନ ପାଇଁ ରେଳବାଇ ପୁରା ପ୍ରସ୍ତୁତ ଅଛି । ଗ୍ରୀନ କରିଡର କରାଯାଇ ଅକ୍ସିଜେନ ଏକ୍ସପ୍ରେସ ଚଳାଚଳ କରାଯିବ ।
ଅକ୍ସିଜେନ ଏକ୍ସପ୍ରେସ ଟ୍ରେନର ବୈଷୟିକ ପରୀକ୍ଷା ପରେ ଖାଲି ଟ୍ୟାଙ୍କରଗୁଡିକୁ ଜାମସେଦପୁର, ବକାରୋ ଓ ରାଉରକେଲା ପଠାଯିବ । ଆଉ ଏଠାରେ ଟ୍ୟାଙ୍କରଗୁଡିକରେ ଅକ୍ସିଜେନ ଭର୍ତି କରାଯାଇ ବିଭିନ୍ନ ରାଜ୍ୟର ଗନ୍ତବ୍ୟସ୍ଥଳକୁ ପଠାଯିବାର ବ୍ୟବସ୍ଥା ହେବ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ସରକାର ରେଳରେ ଲିକ୍ୱିଡ ମେଡିକାଲ ଅକ୍ସିଜେନ ବା ଏଲଏମଓ ପରିବହନ କରିବାକୁ ରେଳବାଇକୁ ଅନୁରୋଧ କରିଥିଲେ ।
ଏହାପରେ ରେଳବାଇ, ଏଲଏମଓର ପରିବହନ ପାଇଁ ବୈଷୟିକ ପରୀକ୍ଷା କରିଥିଲା । ବହୁତ ଟ୍ରାଏଲ ପରେ ଏଲଏମଓ ଓ ଅକ୍ସିଜେନର ପରବିହନକୁ ଅନୁମତି ମିଳିଛି । ରେଳବାଇ ବୈଠକରେ ନିଷ୍ପତି ହୋଇଛି ଯେ, ଅକ୍ସିଜେନ ଟ୍ୟାଙ୍କରର ପରିବହନ କାମ ମହାରାଷ୍ଟ୍ର ପରିବହନ କମିଶନରଙ୍କ ତତ୍ୱାବଧାନରେ ହେବ । ଅର୍ଥାତ ମୋଟାମୋଟି ଭାବେ କହିବାକୁ ଗଲେ ଲିକ୍ୱିଡ ମେଡିକାଲ ଅକ୍ସିଜେନ ଏବେ ରେଳବାଇ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ ଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/thgnnjg.jpg)