ଚାକିରି କରାଇଦେବାକୁ କହି ନକଲି ରାକେଟ ଚଳାଇଥିବା ସଂସ୍ଥା ଉପରେ ଲାଗିବ ରୋକ, ସଚେତନତା ଆରମ୍ଭ କଲା ପୂର୍ବତଟ ରେଳ ବିଭାଗ

ଚାକିରି କରାଇଦେବାକୁ କହି ନକଲି ରାକେଟ ଚଳାଇଥିବା ସଂସ୍ଥା ଉପରେ ଲାଗିବ ରୋକ, ସଚେତନତା ଆରମ୍ଭ କଲା ପୂର୍ବତଟ ରେଳ ବିଭାଗ

କନକ ବ୍ୟୁରୋ :  ଦେଶରେ ଏବେ ବେକାରୀ ସମସ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଶିକ୍ଷିତ ଯୁବକ ଯୁବତୀମାନେ ଚାକିରି ଆଶାରେ କିଛି ବି କରିବାକୁ ପଛାଉ ନାହାଁନ୍ତି । ବାଶ୍ ଏହାର ସୁଯୋଗ ନେଉଛନ୍ତି କିଛି ନକଲି ରାକେଟ । ସେମାନେ ପୂର୍ବତଟ ରେଳବାଇରେ ଚାକିରି କରାଇଦେବାକୁ କହି ବେକାରୀ ଯୁବକ ଯୁବତୀମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ଏହାସହ କିଛି ରାକେଟ ଲାଂଚ ମଧ୍ୟ ମାଗୁଛନ୍ତି । ଏଭଳି କିଛି ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତଟ ରେଳ ବିଭାଗ ସତର୍କ ହୋଇଯାଇଛି । ଏନେଇ ରେଳବାଇ ଲୋକମାନଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛି   ।

ଏହି କ୍ରମରେ ରେଳବାଇ ପକ୍ଷରୁ କିଛି ହେଲ୍ପଲାଇନ ନମ୍ବର ଓ ଇ-ମେଲ ଆଇଡି ଜାରି କରାଯାଇଛି । ରେଳବାଇ ପକ୍ଷରୁ କୁହାଯାଇଛି କି ଯଦି କେହି ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛି ତେବେ ଆପଣ ଏହି ନମ୍ବରରେ ଯୋଗା ଯୋଗ କରିପାରିବେ । ରେଳବାଇ ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବରଟି ହେଉଛି ୮୪୫୫୮୮୫୦୩୧ । ଏହାସହ ରେଳବାଇ ବି ଏକ ଇ-ମେଲ ଆଇଡି ଜାରି କରିଛି । sdgm@ecor.railnet.gov.in ରେ ଅଭିଯୋଗ କରିପାରିବେ  ।

କେବଳ ସେତିକି ନୁହେଁ, ଯାତ୍ରୀମାନଙ୍କୁ ବିନା ଟିକେଟ୍ କିମ୍ବା ଅନିୟମିତ ଟିକେଟ୍ ସହିତ ଯାତ୍ରା ନକରିବାକୁ ସଚେତନ କରିବା ପାଇଁ ପୂର୍ବ ତଟ ରେଳପଥ  ଦ୍ୱାରା ନିୟମିତ ବ୍ୟବଧାନରେ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ଚାଲୁ ରହିଅଛି ଜ୍ଝ ଯାତ୍ରୀମାନଙ୍କୁ ଅନିୟମିତ ଯାତ୍ରା ବିଷୟରେ ସଜାଗ କରାଇବା ସହ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଟ୍ରେନରେ ବିନା ଟିକେଟ୍ ଯାତ୍ରା କିମ୍ବା ଅନୁପଯୁକ୍ତ ଟିକେଟ୍ ଯାତ୍ରା ଗୁଡିକୁ ଯାଞ୍ଚ କରିବା ପାଇଁ  ଷ୍ଟେସନ ପରିସରରେ ବିନା ଟିକେଟ ଯାତ୍ରୀ ଏବଂ ଅନଧିକୃତ ପରିଦର୍ଶକଙ୍କୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଅଛି ।

ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବହୁଳ ଭାବେ ସମ୍ପର୍କ କରାଯାଉଥିବା କ୍ଷେତ୍ର ଗୁଡିକ ଠାରେ ଯାଞ୍ଚ କରିବା ପାଇଁ ପୂର୍ବ ତଟ ରେଳପଥ  ବିଭିନ୍ନ ବିଭାଗ ଯଥା ବାଣିଜ୍ୟ, ସତର୍କତା ଓ ରେଳବାଇ ସୁରକ୍ଷା ବଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ମିଳିତ ଅଭିଯାନ ଆରମ୍ଭ ହୋଇଛି।  ଏହା ପରିସୀମା ମଧ୍ୟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଗୁଡିକଡ଼ିକ ଏବଂ କାର୍ୟ୍ୟକ୍ଷେତ୍ର ଗୁଡିକୁ ଭଲ ଭାବରେ ଯାଞ୍ଚ କରିବେ ଜ୍ଝ ସମ୍ବେଦନଶୀଳ ଅଞ୍ଚଳ ଯଥା ବୁକିଂ ଅଫିସ୍, ପାର୍ସଲ୍ ଅଫିସ୍, ଟିକେଟ୍ କଲେକ୍ଟର ଅଫିସ୍ ଏବଂ କ୍ୟାଟରିଂ ଷ୍ଟଲ୍, ଯାତ୍ରୀ ସଂରକ୍ଷଣ କାଉଣ୍ଟର, ଅନ ଲାଇନ ଟିକେଟ୍ ବୁକିଂ ଭଳି କାର୍ୟ୍ୟକ୍ଷେତ୍ର ଗୁଡିକରେ ବ୍ୟାପକ ଭାବେ ଯାଞ୍ଚ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe