ପଚାଶ ଟଙ୍କାରେ ପେଟପୂରା ଖାଇବା । ଟ୍ରେନରେ ଯାତ୍ରୀଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇଦେବ ଭାରତୀୟ ରେଳବାଇ ।

1,065

କନକ ବ୍ୟୁରୋ : ଟ୍ରେନରେ ଯାତ୍ରା କଲା ବେଳେ, ରେଳବାଇର ଖାଦ୍ୟକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ଅଧିକାଂଶ ଯାତ୍ରୀ ଟ୍ରେନରେ ଭଲ ଖାଦ୍ୟ ମିଳୁନଥିବା ଅଭିଯୋଗ କରିଥାନ୍ତି । ଏପରିକି ସୋସିଆଲ ମିଡିଆରେ ରେଳବାଇର ଖାଦ୍ୟକୁ ନେଇ ଅନେକ ସମୟରେ ସମାଲୋଚନା କରାଯାଉଥିବା ବେଳେ, ଏହାକୁ ଆଖି ଆଗରେ ରଖି, ଭାରତୀୟ ରେଳବାଇ, ନୂତ କ୍ୟାଟରିଙ୍ଗ ନୀତିରେ କେତେକ ପରିବର୍ତନ କରିବାକୁ ଯାଉଛି । ଆସନ୍ତୁ ଜାଣିବା କେତେ ଟଙ୍କାର କେଉଁ ଖାଦ୍ୟ ମିଳିବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ରେଳବାଇ ମାତ୍ର ୫୦ ଟଙ୍କାରେ ଯାତ୍ରୀମାନଙ୍କୁ ଉନ୍ନତମାନର ଭୋଜନ ଯୋଗାଇଦେବ । ଏଥିରେ ରାଜମା-ଭାତ, ଡାଲି-ଭାତ, ୪ଟି ରୁଟି ଏବଂ ତରକାରି ମିଳିବ । ଆଉ ସବୁଠାରୁ ବଡ କଥା ହେଉଛି, ନୂତନ କ୍ୟାଟରିଙ୍ଗ ନୀତିରେ ବିଭିନ୍ନ ଅଂଚଳର ସ୍ଥାନୀୟ ଖାଦ୍ୟକୁ ବି ଗୁରୁତ୍ୱ ଦିଆଯିବ । ଆଉ ଏଭଳି ନିୟମ ଆସନ୍ତା ଡିସେମ୍ବର ମାସରୁ ଲାଗୁ ହେବାକୁ ଯାଉଥିବା ସୂଚନା ମିଳିଛି ।

ବିଶେଷ କରି ଇ-କ୍ୟାଟରିଙ୍ଗ ଏବଂ ଫୁଡ୍ ଅନ୍ ଅର୍ଡର ଉପରେ ଗୁରୁତ୍ୱ ଦେଉଛି ଭାରତୀୟ ରେଳାବାଇ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣଙ୍କୁ ରେଳବାଇର ଖାଦ୍ୟ ପସନ୍ଦ ନୁହେଁ, ତେବେ ଆପଣ ଇ-କ୍ୟାଟରିଙ୍ଗ ମାଧ୍ୟମରେ ଖାଦ୍ୟ ପାଇପାରିବେ । ଆଉ ଏଭଳି ଇ-କ୍ୟାଟରିଙ୍ଗ ସେବାକୁ ଖୁବ ଶୀଘ୍ର ସମସ୍ତ ଟ୍ରେନରେ ଆରମ୍ଭ କରିବାକୁ ଯାଉଛି ଭାରତୀୟ ରେଳବାଇ ।