ଇତିହାସ ରଚିଲା ରେଳ ବିଭାଗ, ମହିଳାଙ୍କ ସୁରକ୍ଷା ପାଇଁ ୩ କି.ମି ଓଲଟା ଦିଗରେ ଚାଲିଲା ଟ୍ରେନ

201

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରି ବେସ୍ ସୁନାମ ଅର୍ଜନ କରିଛି । ମାନବିକତା ଆଧାରରେ ରେଳ କର୍ମଚାରୀ ଅନେକ ସମୟରେ ବି ଜୀବନକୁ ବାଜି ଲଗାଇ ଦେଇଥିବାର ଭିଡିଓ ଆମେମାନେ ଦେଖିଛନ୍ତି । ଏମିତି କିଛି ଘଟିଛି ଝାଡଖଣ୍ଡରେ । ଯାହା ଶୁଣିଲେ ଆପଣ ନିଶ୍ଚିତଭାବେ ଭାରତୀୟ ରେଳ ବିଭାଗକୁ ଧନ୍ୟବାଦ ଦେବେ । ଏଠାରେ ଏକ ମହିଳାଙ୍କ ଜୀବନ ବଞ୍ଚାଇବାକୁ ରେଳ ଅଧିକାରୀ ଏକ ଏକ୍ସପ୍ରେସ ଟ୍ରେନକୁ ଓଲଟା ଦିଗରେ ଚଳାଇବାକୁ ନିଷ୍ପତ୍ତି ନେଇଥିଲା ।

ସୂଚନା ମୁତାବକ ଟାଟାନଗରରୁ ଭୁବନେଶ୍ୱର ଆସିବାକୁ ମଙ୍ଗଳବାର ରାତିରେ ବାହାରିଥିବା ଆନନ୍ଦ ବିହାର-ଭୁବନେଶ୍ୱର ସଂପର୍କକ୍ରାନ୍ତି ଏକ୍ସପ୍ରେସରେ ଜଣେ ମହିଳା ପ୍ରସବ କରିଥିଲେ । ଏହାପରେ ମହିଳାଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ଥିବା ଜଣାପଡିଥିଲା । ଏନେଇ ରେଳ ବିଭାଗ ମହିଳା ଜଣଙ୍କୁ ତୁରନ୍ତ ମେଡିକାଲରେ ପହଂଚାଇବାକୁ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି ମୁତାବକ ରେଳକୁ ଓଲଟା ଦିଗରେ ଚଳାଇବାକୁ ଅଧିକାରୀ ଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ରେନକୁ ପାଖା ପାଖି ୨.୫ କିଲୋମିଟର ଓଲଟା ଦିଗରେ ଚଳାଇବା ପରେ ଟାଟାନଗର ରେଳ ଷ୍ଟେସନରେ ମେଡିକାଲ ଟିମ୍ ମହିଳା ଓ ନବଜାତ ଶିଶୁଟିକୁ ପ୍ରାରମ୍ଭିକ ଯାଂଚ କରିଥିଲେ । ଏହାପରେ ମହିଳା ଜଣଙ୍କୁ ଖାସମହଲ ସ୍ଥିତ ସଦର ହସ୍ପିଟାଲକୁ ନିଆଯାଇଥିଲା । ରେଳ ଅଧିକାରୀଙ୍କ ସୂଚନା ମୁତାବକ ଏବେ ମହିଳା ଓ ଶିଶୁ ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଟ୍ରେନରେ ପିଲାଜନ୍ମ କରିଥିବା ମହିଳାଙ୍କ ନାମ ରାନୁ ଦାସ ବୋଲି କୁହାଯାଉଛି ।

ରେଳ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ଟ୍ରେନର କୋଚ ସଂଖ୍ୟା ୫ରେ ମହିଳା ଜଣଙ୍କ ଯାତ୍ରା କରୁଥିଲେ । ସେ ଜଳେଶ୍ୱର ଷ୍ଟେସନରେ ଉହ୍ଲାଇବାର ଥିଲା । ଟ୍ରେନ ସଂନ୍ଧ୍ୟାପରେ ଟାଟାନଗର ଷ୍ଟେସ ଛାଡି ଆଗକୁ ବଢିଥିଲା । ଏହାରି ମଧ୍ୟରେ ଟ୍ରେନରେ ମହିଳା ଜଣଙ୍କ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଏନେଇ ଟାଟାନଗର ଷ୍ଟେସନକୁ ସୂଚନା ଦିଆଯାଇଥିଲା । ସେତେବେଳକୁ ଟ୍ରେନ ପାଖା ପାଖି ୨.୫ କିଲୋମିଟର ଆଗକୁ ବଢିସାରିଥିଲା  ।
ସୂଚନା ମଳିିବା ପରେ ଟ୍ରେନକୁ ପୁଣି ଓଲଟା ଦିଗରେ ଟାଟରନଗର ଷ୍ଟେସନ ଫେରିବାକୁ ନିର୍ଦ୍ଦେଶ ମିଳିଥିଲା । କାରଣ ଆଗକୁ ୨ ଘଂଟା ଯିବା ପରେ ହିଜ୍ଜିଲ ଷ୍ଟେସନ ପଡିବ ବୋଲି ଅନୁମାନ କରାଯାଇଥିଲା । ଏତେ ସମୟ ବିନା ଚିକିତ୍ସାରେ ମହିଳା ଓ ଶିଶୁ ରହିଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଅନୁମାନ କରାଯାଉଥିଲା ।