ଭାରତୀୟ ରେଳବାଇ ଲକ୍ଷ ଲକ୍ଷ ଜନତାଙ୍କ ଯାତାୟାତ କରିବାର ଏକ ମାଧ୍ୟମ । ରେଲୱେ ତରଫରୁ ଯାତ୍ରୀଙ୍କ ପାଇଁ ଯାତାୟତର ସୁବିଧା ଥିଲେ ମଧ୍ୟ କିଛିଟା କ୍ଷେତ୍ରରେ ରେଳବାଇ ଉପରୁ ଜନତାଙ୍କ ବିଶ୍ୱାସ ତୁଟି ଯାଉଛି । ନିକଟରେ ଏଭଳି ଏକ ଭିଡିଓ ସାମ୍ମାକୁ ଆସିଛି ଯାହା ଲୋକଙ୍କ ଭରଷାକୁ ଶକ୍ତ ଚାପୁଡା ମାରିବା ପରି ହେବ ।
ଭାରତୀୟ ରେଳବାଇର ଜଣେ ଚା ଭେଣ୍ଡର ଟ୍ରେନର ଟଏଲେଟରୁ ପାଣି ବାହାର କରି ସେହି ପାଣିରେ ଚା ପ୍ରସ୍ତୁତ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି । ଅନ୍ୟପଟେ ଏହି ଭିଡିଓ ଭାଇରାଲ୍ ହେବା ଏବଂ କଥା ପ୍ରଘଟ ହେବା ପରେ ରେଲୱେ ତରଫରୁ ଉକ୍ତ ଭେଣ୍ଡରଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲଗାଇ ଦିଆଯାଇଛି । ସୁଚନା ଅନୁସାରେ ଏହି ଟ୍ରେନଟି ପ୍ରତିଦିନ ତେଲେଙ୍ଗାନାରୁ ଯାତାୟତ କରେ ।
ଉକ୍ତ ଭିଡିଓରେ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ଭେଣ୍ଡର ଚା କ୍ୟାଟେଲକୁ ଟଏଲେଟରୁ ବାହାରକୁ ଆଣୁଥିବା ଦୃଶ୍ୟ ରହିଛି । ଏହି ଭିଡିଓରୁ ଏଭଳି ପ୍ରତୀତ ହେଉଛି ଯେମିିତି କ୍ୟାଟିଲରେ ଟଏଲେଟ୍ ପାଣିକୁ ଭର୍ତ୍ତି କରି ଅଣାଯାଇଛି । ଭିଡିଓ ଭାଇରାଲ୍ ହେବା ପରେ ଜଣାପଡିଲା ଯେ ଘଟଣାଟି ଗତବର୍ଷ ଡିସେମ୍ବର ମାସରେ ସିକନ୍ଦରାବାଦ୍(ତେଲେଙ୍ଗାନା) ରେଳଷ୍ଟେସନରେ ଚେନ୍ନାଇ ସେଣ୍ଟ୍ରାଲ- ହାଇଦ୍ରାବାଦ ଚାର୍ମିନାର ଏକ୍ସପ୍ରେସର ଏକ ବଗିରେ ଘଟିଥିଲା ।
କ୍ୟାମେରାରେ କଏଦ୍ ହେଲା ରେଳବାଇର କଳା ସତ ! ଟଏଲେଟ୍ ପାଣିରେ ଚା ପ୍ରସ୍ତୁତ କରୁଥିବାର ଭିଡିଓ ଭାଇରାଲ୍ ।
/kanak/media/post_attachments/wp-content/uploads/2018/05/fec4740610e73b0cd2eb1f7589850537-rimg-w720-h479-gmir.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)