ରେଳ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୧୦ ଗୁଣା ଅଧିକ ସହାୟତା ରାଶି

556

କନକ ବ୍ୟୁରୋ : ରେଳ ବୋର୍ଡ ତରଫରୁ ରେଳ ଦୁର୍ଘଟଣାରେ ମିଳୁଥିବା ସହାୟତା ରାଶିକୁ ୧୦ ଗୁଣା ବୃଦ୍ଧି କରିଛନ୍ତି । ଏବେ ଯଦି କେହି ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ପରିବାରକୁ ୫୦ ହଜାର ଟଙ୍କା ବଦଳରେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିଭଳି ଗୁରୁତର ହୋଇଥିବା ଲୋକଙ୍କୁ ୨୫ ହଜାର ଟଙ୍କା ବଦଳରେ ୨.୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ସାଧାରଣ ଭାବେ ଆହାତ ହୋଇଥିବା ଲୋକଙ୍କୁ ୫ ହଜାର ଟଙ୍କା ସ୍ଥାନରେ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ।

ସେପଟେ ରେଳ ବିଭାଗ କହିଛି କି, ଯଦି ଟ୍ରେନରେ ଆତଙ୍କବାଦୀ ଆକ୍ରମଣ ହୁଏ, ଚୋରୀ ହୋଇଯାଏ ଓ କୌଣସି ପ୍ରକାର ହିଂସା ହୁଏ ତେବେ ପୀତିତଙ୍କୁ ସହାୟତା ପ୍ରଦାନ କରାଯିବ । ରେଳ ବୋର୍ଡ ତରଫରୁ ୨୦୨୩ ସେପ୍ଟେମ୍ବର ୧୮ ତାରିଖରେ ଜାରି କରିଥିବା ସର୍କୁଲାରରେ ଏହି ସୂଚନା ଦେଇଛି । ଏହି ନିୟମ ସେପ୍ଟେ୍ମ୍ବର ୧୮ ତାରିଖରୁ ଲାଗୁ କରାଯାଇଛି । ଏହା ପୂର୍ବରୁ ୨୦୧୨-୧୩ ମସିହାରେ ମଧ୍ୟ ସହାୟତା ରାଶିର ସଂଶୋଧନ କରାଯାଇଥିଲା ।

ରେଳ ବିଭାଗ ତରଫରୁ କୁହାଯାଇଛି କି, ଯଦି ଦୁର୍ଘଟଣାରେ ଶିକାର ହୋଇଥିବା କୌଣସି ବ୍ୟକ୍ତି ତିନିଦିନରୁ ଅଧିକ ମେଡିକାଲରେ ରହୁଛନ୍ତି ତେବେ ରେଳ ବିଭାଗ ତରଫରୁ ମେଡିକାଲ ବିଲ୍ ପ୍ରଦାନ କରାଯିବ । ଆହାତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ଦୈନିକ ୩ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରେଳ ବିଭାଗ ପ୍ରଦାନ କରିବ ।