ରେଳବାଇରୁ ଟୋଲପ୍ଲାଜା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଆଜିଠାରୁ ଦେଖାଦେବ ବଡ ପରିବର୍ତ୍ତନ ! କିଛି ସୁବିଧା ଆଣିବ ତ ଆଉ କିଛି ସମସ୍ୟା,ଜାଣନ୍ତୁ ଏସବୁ ବିଷୟରେ କିଛି ।

75

ଆଜିର ଦିନରେ ଦେଶରେ ବିଭିନ୍ନ ସୁବିଧା କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଥିମଧ୍ୟରୁ କିଛି କ୍ଷେତ୍ରରେ ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ପାଇଁ ସୁବିଧା ନେଇ ଆସିବ ତ ଆଉ କିଛି ପରିବର୍ତ୍ତନ ସମସ୍ୟା ନେଇ ଆସିବ । ପ୍ରଥମ ସୁବିଧା ରେଳଯାତ୍ରୀଙ୍କ ପାଇଁ ରହିଛି । ଆଜିଠାରୁ ଦେଶରେ ଟ୍ରେନରେ ଜେନେରାଲ୍ ଟିକେଟ୍ ଅନଲାଇନ୍ ବୁକ୍ କରିପାରିବେ । ଏଥିପାଇଁ ଯାତ୍ରୀଙ୍କୁ ଗୋଟିଏ ୟୁଟିଏସ୍ ଆପର ସାହାର୍ଯ୍ୟ ନେବାକୁ ପଡିବ । ଏବେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ନହୋଇ କେବଳ ସ୍ୱଳ୍ପ ସମୟରେ ଆପଣ ଟିକେଟ୍ ଅନଲାଇନ୍ ବୁକିଂ କରିପାରିବେ ।

ଅନ୍ୟପକ୍ଷରେ,ଦିଲ୍ଲୀରେ ଟୋଲ୍ ଟ୍ୟାକ୍ସ ପ୍ଲାଜାରେ ରେଡିଓ ଫ୍ରିକ୍ୱେନ୍ସୀ ଆଇଡେଣ୍ଟିଫିକେସନ୍ ଡିଭାଇସ୍ ସିଷ୍ଟମ ଆରମ୍ଭ ହେବାକୁ ଯାଉଛି । ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ ବାହନମାନଙ୍କୁ ଆଉ ଟୋଲପ୍ଲାଜାରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡିବ ନାହିଁ । ଏହାସହ ଇ-ଚାଲାଣ ପଇଠ କରିବାର ସୁବିଧା ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି । ଏବେ ଚାଲାଣ ଦେବା ପାଇଁ ଆପଣଙ୍କୁ ଲାଇନରେ ଠିଆ ହେବାକୁ ପଡିବ ନାହିଁ । ଏବେ ଟ୍ରାନ୍ସପୋର୍ଟ ବିଭାଗର ୱେବସାଇଟକୁ ଯାଇ ଆପଣ ଘରେ ବସି ଅନଲାଇନ୍ ଚାଲାଣ ପଇଠ କରିପାରିବେ । ଆଉ ଏକ ପରିବର୍ତ୍ତନ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ରହିଛି । ଏହା କିଛି ମାତ୍ରାରେ ଗ୍ରାହକଙ୍କୁ ନିରାଶା ଦେଇପାରେ । ଏସବିଆଇ ନିଜ ସବୁ କ୍ଲାସିକ୍ ଏବଂ ମାଷ୍ଟ୍ରୋ ଡେବିଟ୍ କାର୍ଡ ଧାରକଙ୍କ ପାଇଁ ପ୍ର୍ରତିଦିନ ନଗଦ ଟଙ୍କା ବାହାର କରିବା ସୀମାକୁ ୪୦ ହଜାର ରୁ କମାଇ ୨୦ ହଜାର ଟଙ୍କା କରିଦେଇଛି । ଅନ୍ୟପକ୍ଷରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି) ମାର୍ଜିନାଲ୍ କାଷ୍ଟ୍ ଲାଣ୍ଡିଙ୍ଗ୍ ରେଟରେ ୦.୫ ପ୍ରତିଶତକୁ ଛଟେଇ କରିଦିଆଯାଇଛି । ତେବେ ପିଏନବିର ଏହି ପଦକ୍ଷେପରେ ବ୍ୟଙ୍କରୁ ଲୋନ୍ ନେବା କଷ୍ଟକର ହୋଇପଡିବ ।