ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ! ଆସନ୍ତା ମାସରୁ ଏହି ଟ୍ରେନଗୁଡିକର ଟିକେଟ ହେବ ଶସ୍ତା

Advertisment
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ! ଆସନ୍ତା ମାସରୁ ଏହି ଟ୍ରେନଗୁଡିକର ଟିକେଟ ହେବ ଶସ୍ତା

କନକ ବ୍ୟୁରୋ : ଆସନ୍ତା ମାସ ଶେଷ ଆଡ଼କୁ ରେଳ ଭଡ଼ାରେ ରିହାତି ଯୋଜନା ଲାଗୁ ହେବ। ଶତାବ୍ଦୀ, ଗତିମାନ, ତେଜସ୍, ଡବଲ୍ ଡେକର୍, ଇଣ୍ଟର୍ସିଟି ଭଳି ରେଳଗାଡ଼ିର ଏସି ଚେୟାର କାର୍ ଏବଂ ଏକ୍ସଜ୍ୟୁକେଟିଭ ବର୍ଗରେ ସିଟ୍ ଉପରେ ରିହାତି ମିଳିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ,ରେଳ ଟିକେଟରେ ଏହି ରିହାତି ମୂଳ ଭଡ଼ା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ମିଳିପାରିବ । ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ଶୁଳ୍କ, ଜିଏସ୍ଟି ଇତ୍ୟାଦି ଅଲଗା ଭାବେ ଲାଗୁ ହେବ।

publive-image source : aajtak

ଏହି ରିହାତି ଯାତ୍ରାର ପ୍ରଥମ କିମ୍ବା ଅନ୍ତିମ ପର୍ଯ୍ୟାୟ ପାଇଁ ଲାଗୁ ହେବ । ଯାତ୍ରାର ମଧ୍ୟବର୍ତ୍ତୀ କାଳ କିମ୍ବା ସମ୍ପୂର୍ଣ୍ଣ ଯାତ୍ରା ପାଇଁ ମଧ୍ୟ ଉପଲବ୍ଧ ହୋଇପାରିବ । କ୍ଷେତ୍ରୀୟ ରେଲୱେର ପ୍ରଧାନ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକଙ୍କୁ ରିହାତି ପ୍ରଦାନ କରିବାର ଅଧିକାର ପ୍ରଦାନ କରାଯାଇଛି । ଗତବର୍ଷ ମାସିକ ୫୦ ପ୍ରତିଶତରୁ କମ୍ ସିଟ ସଂରକ୍ଷିତ ହୋଇପାରିଥିବା ଟ୍ରେନ୍ ଗୁଡ଼ିରେ କେବଳ ଏହି ରିହାତି ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe