କାଲିଠାରୁ ବଦଳିଯିବ ରେଳ ବିଭାଗର ଏହିସବୁ ନିୟମ, ଟିକେଟ ବୁକ୍ କରିବା ପୂର୍ବରୁ ଜାଣନ୍ତୁ ନୂଆ ନିୟମ

463

କନକ ବ୍ୟୁରୋ: ଯଦି ଆପଣ ରେଳଯାତ୍ରା କରୁଛନ୍ତି ତେବେ ନିଶ୍ଚିନ୍ତ ଭାବେ ଏହି ଖବର ଉପରେ ନଜର ପକାନ୍ତୁ । ଏବେ ଟିକେଟ ବୁକ୍ କରିବା ପୂର୍ବରୁ ଭାରତୀୟ ରେଳ ବିଭାଗର ନୂଆ ନିୟମ ବାବଦରେ ଜାଣନ୍ତୁ । ମୁଖ୍ୟତ ଭାରତୀୟ ରେଳର ସମୟ ସାରଣୀରେ ପରିବର୍ତ୍ତନ ହେବାକୁ ଯାଉଛି । କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ରେଳ ସେବା ଦୁଇବର୍ଷ ପରେ ନୂଆ ସମୟ ସାରଣୀ ମୁତାବକ ଚାଲିବାକୁ ଯାଉଛି ।

ଅକ୍ଟୋବର ପହିଲାରୁ ପ୍ରୟାଗରାଜ ମଣ୍ଡଳରେ ସମସ୍ତ ଷ୍ଟେସନରେ ଦେଇ ଯାଉଥିବା ଟ୍ରେନର ସମୟ ସାରଣୀ ବଦଳିବାକୁ ଯାଉଛି । ଅନ୍ୟପଟେ ଗତବର୍ଷ ମେ’ମାସ ଠାରୁ ରେଳ ବିଭାଗ ସ୍ପେଶାଲ ଓ ଫେଷ୍ଟିଭାଲ ଟ୍ରେନର ବି ସଂଚାଳନ କରୁଛି । ନୂଆ ସମୟ ସାରଣୀ ଘୋଷଣା ହେବାପରେ ଏହି ଟ୍ରେନରୁ ସ୍ପେଶାଲ ଓ ଫେଷ୍ଟିଭାଲ ନାମ ହଟାଇ ଦିଆଯିବ ।

କହିରଖୁ କି କରୋନା ମହାମାରୀ ସମୟରେ ରେଳ ସଂଚାଳନ ଏକପ୍ରକାର ଅଟକି ଯାଇଥିଲା । ମାତ୍ର ଅବସ୍ଥା ସୁଧୁରିବା ପରେ ଏବେ ୯୫ ପ୍ରତିଶତ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏନେଇ ରେଳ ମନ୍ତ୍ରଣାଳୟ ବିଚାର କରୁଛି କି ନୂଆ ସମୟ ସାରଣୀ ଘୋଷଣା ହେବା ପରେ ଟ୍ରେନ ଆଗରେ ଜାରି କରାଯାଇଥିବା ଶୂନ୍ୟ ନମ୍ବର ହଟାଇ ଦିଆଯିବ ।

ଆପଣଙ୍କୁ କହିରଖୁ କି ଏହା ପୂର୍ବରୁ ୨୦୧୯ ରେ ଶେଷଥର ପାଇଁ ରେଳ ବିଭାଗ ସମୟ ସାରଣୀ ବଦଳାଇଥିଲା । ଆସନ୍ତାକାଲି ଠାରୁ ପୁଣି ନୂଆ ସମୟ ସାରଣୀ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । ଉତ୍ତର-ମଧ୍ୟ ରେଳ ବିଭାଗର ସିପିଆରଓ ଡ. ଶିବମ୍ ଶର୍ମା କହିଛନ୍ତି କି ନୂଆ ସମୟ ସାରଣୀ ଅକ୍ଟୋବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ରେଳ ଷ୍ଟେସନ ବୁକିଂ କାଉଣ୍ଟର ନିକଟରେ ଲାଗିଥିବା ରେଳର ସମୟ ସାରଣୀ ମୁତାବକ ଆସନ୍ତାକାଲି ଠାରୁ ରେଳ ଚାଲିବ ନାହିଁ । ଏବେ ନୂଆ ସମୟ ସାରଣୀ ଡିଜିଟାଲ ଏଟ୍ ଏ ଗ୍ଲାଂସ ରେ ଦେଖିପାରିବେ । ରେଳଯାତ୍ରୀଙ୍କୁ ଏହା ମାଧ୍ୟରେ ରେଳର ଆଗମନ ଓ ପ୍ରସ୍ଥାନର ସୂଚନା ମିଳିବ । ଡିଜିଟାଲ ଏଟ୍ ଏ ଗ୍ଲାଂସର ଦାୟିତ୍ୱ ରେଳ ବିଭାଗ ତରଫରୁ ଆଇଆରସିଟିସିକୁ ଦିଆଯାଇଛି ।