ଭାରତୀୟ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ । ୨୧ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ ।

29

ନର୍ଥ ଇଷ୍ଟର୍ନ ରେଲୱେ ପକ୍ଷରୁ ଗ୍ରୁପ ସି ପାଇଁ ନୋଟିଫିକେସନ୍ ଜାରି କରାଯାଇଛି । ଏହି ପଦରେ ଆବେଦନ କରିବା ପାଇଁ ଅନ୍ତିମ ତାରିଖ ୧୫ ଅକ୍ଟୋବର ୨୦୧୮ ରଖାଯାଇଛି । ଯେଉଁ ଆଶାୟୀମାନେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ଏହି ବିବରଣୀ ବାବଦରେ ଜାଣିନିଅନ୍ତୁ ।

ମୋଟ୍ ପଦ ସଂଖ୍ୟା : ୨୧

ପଦ ବିବରଣୀ :

ଏଥଲେଟିକ୍ସ (ପୁରୁଷ) – ଗୋଟିଏ ପଦ

ଏଥଲେଟିକ୍ସ (ମହିଳା) – ଗୋଟିଏ ପଦ

କ୍ରିକେଟ୍ (ପୁରୁଷ) – ୨ଟି ପଦ

ହ୍ୟାଣ୍ଡ ବଲ୍ (ପୁରୁଷ) – ୨ଟି ପଦ

ହ୍ୟାଣ୍ଡ ବଲ୍ (ମହିଳା) – ୩ଟି ପଦ

କବାଡି (ପୁରୁଷ) – ୩ଟି ପଦ

ଭଲି ବଲ୍ (ପୁରୁଷ) – ୨ଟି ପଦ

ବାସ୍କେଟ୍ ବଲ୍ (ପୁରୁଷ) – ୧ଟି ପଦ

ବାସ୍କେଟ୍ ବଲ୍ (ମହିଳା) – ୨ଟି ପଦ

କୁସ୍ତି (ପୁରୁଷ) – ୧ଟି ପଦ

ସ୍ୱିମିଙ୍ଗ (ପୁରୁଷ) – ୧ଟି ପଦ

ୱେଟ୍ ଲିଫ୍ଟିଂ (ମହିଳା) – ୨ଟି ପଦ

ଯୋଗ୍ୟତା : ଆବେଦନ କରିବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଯୁକ୍ତ ୨ ପାସ କରିଥିବା ଆବଶ୍ୟକ ।

ବୟସ ସୀମା : ଆଶାୟୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା : ଆଶାୟୀମାନଙ୍କୁ ଖେଳ ଏବଂ ଶିକ୍ଷଣୀୟ ଉପଲବ୍ଧତାର ଟେଷ୍ଟ ଏବଂ ମୁଲ୍ୟାଙ୍କନରେ ସେମାନଙ୍କର ପ୍ରଦର୍ଶନ ଆଧାରରେ ଚୟନ କରାଯିବ ।

ଆବେଦନ ଶୁଳ୍କ :

ସାଧାରଣ ବର୍ଗ ପାଇଁ ଆବେଦନ ଶୁଳ୍କ – ୪୦୦ ଟଙ୍କା ।

ଏସସି, ଏସଟି ଏବଂ ଏକ୍ସ ଆର୍ମି ବର୍ଗଙ୍କ ପାଇଁ – ୨୫୦ ଟଙ୍କା ।

ଅନ୍ତିମ ତାରିଖ : ଆଶାୟୀମାନେ ଏହି ପଦଗୁଡିକ ପାଇଁ ୧୫ ଅକ୍ଟୋବର ୨୦୧୮ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ ।