ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ । ୧୦ମ ପାସ୍ କରିଥିବା ପ୍ରାର୍ଥୀ କରିପାରିବେ ଆବେଦନ ।

648

କନକ ବ୍ୟୁରୋ : ରେଳବାଇ ଭର୍ତ୍ତି ବୋର୍ଡ ଦକ୍ଷିଣ-ପୂର୍ବ ରେଳ ଆଧାରରେ ଖାଲିଥିବା ଆପ୍ରେଣ୍ଟିସ ପଦ ପାଇଁ ଭର୍ତ୍ତି ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଭାରତୀୟ ରେଳବାଇରେ କାମ କରିବାକୁ ଇଚ୍ଛା ରଖିଛନ୍ତି ସେମାନେ ୨୦୨୧ ଡିସେମ୍ବର ୧୪ ପର୍ଯ୍ୟନ୍ତ ଏହି ପଦ ପାଇଁ ଆବେଦନ କରିପାରିବେ ।

ଦକ୍ଷିଣ-ପୂର୍ବ ରେଳବାଇ ବିଭିନ୍ନ ୱାର୍କସପରେ ପାଖାପାଖି ୧୭୮୫ଟି ପଦବୀ ଭର୍ତ୍ତି କରିବ । ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୫୦ ପ୍ରତିଶତ ମାର୍କ ମ୍ୟାଟ୍ରିକରେ ରହିଥିବା ଆବଶ୍ୟକ । ଏଥିସହିତ ଆଇଟିଆଇ ସାର୍ଟିଫିକେଟ ବି ଥିବା ଆବଶ୍ୟକ । ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ୧୦୦ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି ଓ ମହିଳା ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଆବେଦନ କାରୀ ଅଧିକାରିକ ୱେବସାଇଟ rrcser.co.inକୁ ଯାଇ ଆବେଦନ କରି ପାରିବେ । ଆବେଦନ କରିବା ସମୟରେ ସ୍କାନ ହୋଇଥିବା ଫଟୋ ଓ ଦସ୍ତଖତ ଅପଲୋଡ କରିବାକୁ ହେବ ।